ଓଡିଶା

odisha

ETV Bharat / bharat

ଛିଡୁନି ଅଙ୍କ; ଶରଦଙ୍କ ସହ କଥା ହେଲେ ସୋନିଆ, ବସୁଛି ବିଜେପି ବୈଠକ - ବିଜେପି ବୈଠକ

ଛିଡୁନି ଅଙ୍କ, ଗଢିହେଉନି ସରକାର । 50-50 ଫର୍ମୁଲା ଅନୁଯାୟୀ ସରକାର ଗଢିବାକୁ ଅଡ଼ି ବସିଛି ଶିବସେନା । କିନ୍ତୁ ଶିବସେନା ନିଷ୍ପତ୍ତିରେ ଅମଙ୍ଗ ବିଜେପି । ଆଉ ଏପଟେ ଫାଇଦା ଉଠାଇବା ପାଇଁ ଉଦ୍ୟମରତ କଂଗ୍ରେସ ।

ଡ଼ିଜାଇନ୍ ଫଟୋ

By

Published : Oct 30, 2019, 8:07 AM IST

ମୁମ୍ବାଇ: ନିର୍ବାଚନ ଫଳ ପ୍ରକାଶ ପାଇବାକୁ ପୂରିଛି 6 ଦିନ । କିନ୍ତୁ ରାଜ୍ୟରେ ଗଠନ ହୋଇପାରୁନି ସରକାର । ସେପଟେ ଏକତ୍ର ନିର୍ବାଚନ ଲଢିଥିବା ବିଜେପି-ଶିବସେନାର ଛିଡ଼ୁନି ଗଣିତ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲବିରେ ଅଛନ୍ତି ଉଭୟ ଦଳ । ବିଜେପିର ସହଯୋଗୀ ଶିବସେନା ମେଣ୍ଟ ଆଧାର ଅନୁଯାୟୀ 50-50 ଫର୍ମୁଲାରେ ଅଡ଼ି ବସିଛି ।

ସେପଟେ ଉଭୟଙ୍କ କଳିରୁ ଫାଇଦା ଉଠାଇବାକୁ ସୁଯୋଗ ଖୋଜୁଛି କଂଗ୍ରେସ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନସିପି ନେତା ଶରଦ ପାୱାରଙ୍କ ସହ କଥା ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ପୃଥ୍ବୀରାଜ ଚୈହାନଙ୍କ ବୟାନକୁ ନେଇ ଜୋର ଧରିଛି ରାଜନୀତି ।

ରାଜ୍ୟରେ ବିଜେପି ସର୍ବାଧିକ 105 ଆସନ ପାଇଥିବା ବେଳେ ସରକାର ଗଢିବାକୁ ଆବଶ୍ୟକ ଠାରୁ 40 ଆସନ ପଛରେ ରହିଛି । ଏହି ସବୁ ସମସ୍ୟା ଲାଗି ରହିଥିବାବେଳେ ଆଜି ବସିବ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଉପସଭାପତି ଅବିନାଶ ଖାନା ବୈଠକରେ ଯୋଗଦେବେ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବ ।

ABOUT THE AUTHOR

...view details