ଓଡିଶା

odisha

By

Published : Aug 10, 2020, 7:57 PM IST

ETV Bharat / bharat

ମହାରାଷ୍ଟ୍ରରେ କୋଭିଡ ଟେଷ୍ଟିଂ ବୃଦ୍ଧି କରିବାକୁ ଫଡନାଭିସଙ୍କ ପରାମର୍ଶ

ମହାରାଷ୍ଟ୍ରରେ କୋଭିଡ ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା କରିବା ଆବଶ୍ୟକ ବୋଲି ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋଭିଡ ଟେଷ୍ଟିଂ ବୃଦ୍ଧି କରିବାକୁ ଫଡନାଭିସଙ୍କ ପରାମର୍ଶ
ମହାରାଷ୍ଟ୍ରରେ କୋଭିଡ ଟେଷ୍ଟିଂ ବୃଦ୍ଧି କରିବାକୁ ଫଡନାଭିସଙ୍କ ପରାମର୍ଶ

ମୁମ୍ବାଇ: ସାରା ଦେଶରେ ଦିନକୁ ଦିନ ବଢିଚାଲିଛି ମହାମାରୀ କୋରୋନା । ମହାରାଷ୍ଟ୍ରରେ ମଧ୍ୟ ଅଣାୟତଃ ହୋଇପଡିଛି ମହାମାରୀ । ତେବେ ଏପରିସ୍ଥିତିରେ କୋଭିଡ ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା କରିବା ଆବଶ୍ୟକ ବୋଲି ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ।

ଫଡନାଭିସ କହିଛନ୍ତି, ମହାରାଷ୍ଟ୍ରର କରୋନା ପରିସ୍ଥିତି ଉତ୍କଟ ରହିଛି । ଗମ୍ଭୀର ବିଷୟ ହେଉଛି ସଂକ୍ରମଣ ହାର ମଧ୍ୟ ଦ୍ରୁତ ଗତିରେ ବଢୁଛି । ଦେଶରେ ମୋଟ ମୃତ୍ୟୁର 42% କେବଳ ମହାରାଷ୍ଟ୍ରର । ଟେଷ୍ଟିଂ ବୃଦ୍ଧି କରିବା ଆବଶ୍ୟକ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁମ୍ବାଇ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଫଡନାଭିସ କହିଛନ୍ତି ଯେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ। ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି ଏବଂ ଏହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ତଦାରଖ କରିବା ଆବଶ୍ୟକ ବୋଲି ଫଡନାଭିସ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details