ଓଡିଶା

odisha

ETV Bharat / bharat

ଜୁନ 30 ପରେ ବି ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ: ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରରେ ସଂକ୍ରମଣର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ତେଣୁ ଜୁନ୍ 30 ପରେ ବି ଲକଡାଉନ୍ କୋହଳ କରାଯିବ ନାହିଁ।

 ମହାରାଷ୍ଟ୍ର
ମହାରାଷ୍ଟ୍ର

By

Published : Jun 28, 2020, 3:27 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ପକ୍ଷକୁ ଲକଡାଉନ ଜାରି ରଖିବାର ନିଷ୍ପତ୍ତି ନିଆଯାଇଛି । ପ୍ରଦେଶରେ ଏବେ ଲକଡାଉନ ହଟିବ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଏନେଇ ଉଦ୍ଧବ ଠାକରେ କହିଛନ୍ତି, ସଂକ୍ରମଣର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ତେଣୁ ଜୁନ୍ 30 ପରେ ଲକଡାଉନ୍ କୋହଳ କରାଯିବ ନାହିଁ। ପର୍ଯ୍ୟାୟ କ୍ରମେ ଲକଡାଉନ କୋହଳ ହେବ । ମହାରାଷ୍ଟ୍ର କୋରୋନା ମହାମାରୀ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ପ୍ରାୟ 1.6 ଲକ୍ଷ କୋରୋନା ସଂକ୍ରମିତ ମାମଲା ଥିବା ବେଳେ ସେଥିମଧ୍ୟରୁ 74,000 ରୁ ଅଧିକ ମାମଲା ମୁମ୍ବାଇରେ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ 7,000 ରୁ ଅଧିକ ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି । ତେଣୁ ମୁମ୍ବାଇ ସମେତ ଦଶଟି ପ୍ରମୁଖ ସହର ରେଡ ଜୋନରେ ହିଁ ରହିବ ।

ତେବେ ଲକଡାଉନ୍ ସମ୍ପୂର୍ଣ୍ଣ କୋହଳ ହେଲେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ଘଟିବ ବୋଲି ଚେତାବନୀ ଦେଇଛନ୍ତି ଉଦ୍ଧବ ଠାକରେ । ସେ କହିଛନ୍ତି, କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆମେ ଡେକ୍ସାମେଥାସୋନ୍ ଠାରୁ ଆରମ୍ଭ କରି ରେମଡେସିଭର ପର୍ଯ୍ୟନ୍ତ ସମସ୍ତ ଔଷଧ ବ୍ୟବହାର କରୁଛି ।

ଏଥିସହ ଆମେ ପ୍ଲାଜମା ଥେରାପିର ମଧ୍ୟ ବ୍ୟବହାର କରୁଛୁ ବୋଲି ଠାକରେ କହିଛନ୍ତି ।

ABOUT THE AUTHOR

...view details