ମୁମ୍ବାଇ: କୋରୋନା ଯୁଦ୍ଧରେ ଦିନ ରାତି ଏକ ନିଜ ଡ୍ୟୁଟି କରୁଛନ୍ତି ପୋଲିସ କର୍ମଚାରୀ । ଲୋକଙ୍କୁ ସଚେତନ କରିବା ସହିତ ଅମାନିଆଙ୍କୁ ସାବାଡ ମଧ୍ୟ କରୁଛନ୍ତି ପୋଲିସ କର୍ମଚାରୀ । ତେବେ ଏପରିସ୍ଥଳରେ ସେମାନଙ୍କ ସୁରକ୍ଷା ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୋଲିସ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଆଦି ବାଣ୍ଟିଛନ୍ତି ।
ଏହାସହ ଗୃହମନ୍ତ୍ରୀ କହିଛନ୍ତି ଯେ, ଆମେ ଚାହୁଁଛୁ ଆମ ପୋଲିସ କର୍ମୀମାନେ ଡ୍ୟୁଟି ସମୟରେ ସୁସ୍ଥ ରୁହନ୍ତୁ । ସେ ସୁସ୍ଥ ରହିଲେ ହିଁ ଦେଶ ସୁସ୍ଥ ରହିବ । ତେଣୁ ତାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସମସ୍ତ ପ୍ରତିରକ୍ଷା ଉପକରଣ, ମାସ୍କ, ସାନିଟାଇଜର ଆଦି ବଣ୍ଟା ଯାଉଛି ।