ଓଡିଶା

odisha

ETV Bharat / bharat

କାଲିଠୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ

ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଖୋଲିବ ସବୁ ରେଷ୍ଟୁରାଣ୍ଟ ଓ ହୋଟେଲ । ଏନେଇ ଗାଇଡଲାଇନ ଜାରି କଲେ ମହାରାଷ୍ଟ୍ର ସରକାର । ଅଧିକ ପଢନ୍ତୁ...

By

Published : Oct 4, 2020, 2:22 PM IST

Maharashtra govt issues guidelines for restaurants and eateries opening tomorrow
କାଲିଠୁ ମହାରାଷ୍ଟ୍ରରେ ଖୋଲିବ ସବୁ ହୋଟେଲ, ରେଷ୍ଟୁରାଣ୍ଟ

ମୁମ୍ବାଇ: ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଖୋଲିବ ସବୁ ରେଷ୍ଟୁରାଣ୍ଟ ଓ ହୋଟେଲ । ଏନେଇ ଗାଇଡଲାଇନ ଜାରି କଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ସରକାର ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ହୋଟେଲଗୁଡ଼ିକ ପାଇଁ କୋଭିଡ -19 ସୁରକ୍ଷା ଗାଇଡଲାଇନ ଜାରି କରିଛନ୍ତି ଯାହା ଆସନ୍ତାକାଲି ଠାରୁ 50 ପ୍ରତିଶତ କଷ୍ଟମର ସହିତ ଖୋଲିବାକୁ ଅନୁମତି ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀ ସେକ୍ଟରର କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ ।

SOP ଅନୁଯାୟୀ, ସମସ୍ତ ଗ୍ରାହକଙ୍କୁ ଜ୍ବର, ଥଣ୍ଡା, କାଶ ଯାଞ୍ଚ ପାଇଁ ପ୍ରବେଶ ଦ୍ବାରରେ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣହୀନ ଗ୍ରାହକଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯିବ । ରେଷ୍ଟୁରାଣ୍ଟ ବାହାରେ ଅପେକ୍ଷା କରିବା ସମୟରେ ଗ୍ରାହକମାନେ ସାମାଜିକ ଦୂରତା ପାଳନ କରିବେ । ରେଷ୍ଟୁରାଣ୍ଟରେ ହ୍ୟାଣ୍ଡ ସାନିଟାଇଜର ରଖିବା ବାଧ୍ୟତାମୂଳକ । କ୍ୟାସ ଅପେକ୍ଷା ଡିଜିଟାଲ କଣ୍ଟାକ୍ଟଲେସ ପେମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରାଯିବ ଉଚିତ ।

ରେଷ୍ଟୁରାଣ୍ଟ ଆସବାବପତ୍ର, ବିଶ୍ରାମ କକ୍ଷ ଏବଂ ହାତ ଧୋଇବା ସ୍ଥାନଗୁଡିକ ସମୟ ସମୟରେ ସଫା କରାଯିବା ଉଚିତ । କଞ୍ଚା ଏବଂ ଥଣ୍ଡା ଜାତୀୟ ଖାଦ୍ୟ ମେନୁ କାର୍ଡରେ ରହିବ ନାହିଁ ।

ABOUT THE AUTHOR

...view details