ଓଡିଶା

odisha

ସରକାର ଗଠନ ମୁଦ୍ଦା: ଶିବସେନାକୁ ଶକ୍ତ ଝଟକା, ଏନସିପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

By

Published : Nov 11, 2019, 9:22 PM IST

ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରୀ ରାଜ୍ୟର ତୃତୀୟ ବୃହତ ଦଳ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ଘଣ୍ଚାକୁ ଘଣ୍ଟା ସ୍ଥିତି ଓଲଟପାଲଟ ହେଉଛି। ବିଜେପି ସରକାର ଗଠନରୁ ହାତ ଟେକି ଦେଲା ପରେ ଶିବସେନାକୁ ସରକାର ଗଠନ ପାଇଁ 24 ଘଣ୍ଟା ସମୟ ଦେଇଥିଲେ ରାଜ୍ୟପାଳ । ଏଥିରେ ବିଫଳ ହେଲା ଶିବସେନା। ଏବେ ଶିବସେନାକୁ ଶକ୍ତ ଧକ୍କା ଦେଇଛନ୍ତି ରାଜ୍ୟପାଳ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରୀ ରାଜ୍ୟର ତୃତୀୟ ବୃହତ ଦଳ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ଏନସିପିକୁ 24 ଘଣ୍ଟାର ସମୟ ଦେଇଛନ୍ତି ରାଜ୍ୟପାଳ।

ଫଟୋ ସୌଜନ୍ୟ: ଏଏନଆଇ

ସୋମବାର ସଂଧ୍ୟାରେ ଶିବସେନା ରାଜ୍ୟପାଳଙ୍କୁ ଭେଟି ମହାରାଷ୍ଟ୍ରରେ ସରକାର ଗଠନ ଲାଗି ପ୍ରସ୍ତୁତି ନିମନ୍ତେ 48 ଘଣ୍ଟାର ସମୟ ମାଗିଥିଲା । ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହାସହ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଏହାସହ ରାଜ୍ୟପାଳ ଫୋନ କରି ଏନସିପି ନେତା ଅଜିତ ପାୱାରଙ୍କୁ ଡକରା ପଠାଇଛନ୍ତି । ଏବେ ଛଗନ ଭୁଜବଳ, ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ଯାଉଥିବା ଖବର ରହିଛି।

ଫଟୋ ସୌଜନ୍ୟ: ଏଏନଆଇ

ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିବା ପରେ ଏନସିପି ନେତା ନବାବ ମଲ୍ଲିକ କଂଗ୍ରେସ ସହ ସରକାର ଗଠନ ପାଇଁ ଚର୍ଚ୍ଚା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ


ସୋମବାର ମହାରାଷ୍ଟ୍ରର ସରକାର ଗଠନ ପାଇଁ 10-ଜନପଥରେ ସୋନିଆଙ୍କ ବାସଭବନରେ ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକରେ ମାରାଥନ ଆଲୋଚନା, ବିମର୍ଷ ପରେ କଂଗ୍ରେସ ପକ୍ଷରୁ ଶିବସେନାକୁ ସମର୍ଥନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାଥିବା ବୟାନ ଜାରି କରାଯାଇଥିଲା। ସୋନିଆ ଗାନ୍ଧୀ, ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।

ଫଟୋ ସୌଜନ୍ୟ: ଏଏନଆଇ

ଏଠାରେ ସୂଚନା ଯୋଗ୍ୟ ଯେ, ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି। ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ 44 ଓ ଏନସିପିକୁ 54ଟି ଆସନରେ ବିଜୟ ମିଳିଛି।

ABOUT THE AUTHOR

...view details