ଓଡିଶା

odisha

ETV Bharat / bharat

ଲକଡାଉନ 4.0, ନୂଆ ଗାଇଡଲାଇନ ଜାରି କଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର ସରକାର ଲକଡାଉନ 4.0କୁ ନେଇ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ କେବଳ ରେଡ୍ ଏବଂ ନନ ରେଡ ଜୋନ ରହିବ ।

_lockdown 4.0
ଲକଡାଉନ 4.0କୁ ନେଇ ନୂଆ ଗାଇଡଲାଇନ ଜାରୀ କଲେ ମହାରାଷ୍ଟ୍ର ସରକାର

By

Published : May 20, 2020, 11:08 AM IST

ମୁମ୍ବାଇ: ମହାରାଷ୍ଟ୍ର ସରକାର ଲକଡାଉନ 4.0କୁ ନେଇ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ କେବଳ ରେଡ୍ ଏବଂ ନନ ରେଡ ଜୋନ ରହିବ । ମୁମ୍ବାଇ ସମେତ ଏମଏମଆରଡିଏର ସମସ୍ତ ମ୍ୟୁନିସିପାଲିଟି କର୍ପୋରେସନ୍ ରେଡ୍ ଜୋନରେ ଅଛି । ଏଥିସହ ନନ ରେଡ ଜୋନରେ ସମସ୍ତ ଦୋକାନ ସକାଳ 9 ଟାରୁ 5 ଟା ପର୍ଯ୍ୟନ୍ତ ଖୋଲା ରହିବ । ରେଳ, ବିମାନବନ୍ଦର ଏବଂ ମେଟ୍ରୋ ସେବା ବନ୍ଦ ରହିବ।

ଏଥିସହ ବର୍ତ୍ତମାନ ମୁମ୍ବାଇରେ ମଦ ହୋମ ଡେଲିଭରୀ କରାଯିବ । ମାତ୍ର ମଦ ଦାକାନ ଖୋଲାଯିବ ନାହିଁ । ଏହି ନୂଆ ଗାଇଡଲାଇନ ମେ 22ରୁ ଲାଗୁ କରାଯିବ ।

ମୁମ୍ବାଇ ମହାନଗର ନିଗମର ମ୍ୟୁନିସିପାଲିଟି କର୍ପୋରେସନ୍ (ଯେଉଁଥିରେ ମୁମ୍ବାଇ, ଥାନେ ଏବଂ ଏହାର ସଂଲଗ୍ନ ସହର ଅନ୍ତର୍ଭୁକ୍ତ) ଏବଂ ପୁନେ, ସୋଲାପୁର, ଔରଙ୍ଗାବାଦ, ମାଲେଗାଓଁ, ନାଶିକ୍, ଧୁଲେ, ଜଲଗାଓଁ, ଆକୋଲା ଏବଂ ଅମରାବତୀର ମ୍ୟୁନିସିପାଲିଟି ସଂସ୍ଥାଗୁଡ଼ିକୁ ରେଡ ଜୋନ ଭାବରେ ଘୋଷଣା କରାଯାଇଛି।

ତେବେ ରେଡ୍ ଜୋନରେ ଏହିପରି ଦୋକାନ, ମଲ୍, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଶିଳ୍ପଗୁଡିକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇନାହିଁ । ଏହି ଜୋନରେ କେବଳ ସକାଳ 9 ଟାରୁ 5 ଟା ପର୍ଯ୍ୟନ୍ତ ସାମଗ୍ରୀ, ଆସବାବପତ୍ର ଏବଂ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ତଥା ମୌସୁମୀ ପୂର୍ବରୁ ସେମାନଙ୍କ ସାମଗ୍ରୀର ସୁରକ୍ଷା ପାଇଁ ଦୋକାନ ଖୋଲିପାରିବେ ପ୍ରକାଶ ଥାଉକି, ମହାରାଷ୍ଟ୍ରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 37 ହଜାର ପାର କରିଥିବା ବେଳେ 1249 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details