ଓଡିଶା

odisha

ETV Bharat / bharat

ଟୀକାକରଣ ଅଭିଯାନରେ ଅସ୍ଥାୟୀ ରୋକ‌ ଲଗାଇଲା ମହାରାଷ୍ଟ୍ର - ଟୀକାକରଣରେ ଅସ୍ଥାୟୀ ରୋକ୍‌ ଲଗାଇଲା ମହାରାଷ୍ଟ୍ର

ଦୁଇ ଦିନ ପାଇଁ ମହାରାଷ୍ଟ୍ରରେ ଟୀକାକରଣକୁ ବନ୍ଦ । କୋୱିନ ଆପରେ ସମସ୍ୟା ଯୋଗୁଁ ଟୀକାକରଣ ଉପରେ ଅସ୍ଥାୟୀ ରୋକ୍‌ ଲଗାଯାଇଛି ।

ଟୀକାକରଣ ଅଭିଯାନରେ ଅସ୍ଥାୟୀ ରୋକ୍‌ ଲଗାଇଲା ମହାରାଷ୍ଟ୍ର
ଟୀକାକରଣ ଅଭିଯାନରେ ଅସ୍ଥାୟୀ ରୋକ୍‌ ଲଗାଇଲା ମହାରାଷ୍ଟ୍ର

By

Published : Jan 17, 2021, 8:59 AM IST

ମୁମ୍ବାଇ: ଟୀକାକରଣ ଅଭିଯାନ ଉପରେ ଅସ୍ଥାୟୀ ରୋକ ଲଗାଇଲା ମହାରାଷ୍ଟ୍ର । ଦୁଇ ଦିନ ପାଇଁ ଟୀକାକରଣକୁ ବନ୍ଦ ରଖାଯାଇଛି । ରବିବାର , ସୋମବାର ଦୁଇ ଦିନ ପାଇଁ ଟୀକାକରଣ ଅଭିଯାନକୁ ବନ୍ଦ ରହିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ କୋୱିନ ଆପରେଟେକନିକାଲ ସମସ୍ୟା ଯୋଗୁଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିକା କାର୍ଯ୍ୟକ୍ରମକୁ ରୋକ ଲଗାଇଛନ୍ତି ।

କୋୱିନ ଆପରେ ଟେକନିକାଲ ଖରାପ ହୋଇପଡିଥିବାବେଳେ ଏହାକୁ ଠିକ କରିବାକୁ 2 ଦିନ ସମୟ ଲାଗିବ । ତେବେ ଆସନ୍ତା ମଙ୍ଗଳବାର ଠାରୁ ପୁନଃ ଟିକାକରଣ ଆରମ୍ଭ ହୋଇପାରେ । ତେବେ ଏନେଇ ମଧ୍ୟ କୌଣସି ସୁନିଶ୍ଚିତ ଖବର ନାହିଁ ।

ବିଏମସି ଅନୁସାରେ, ପ୍ରଥମ ଦିନରେ ଟିକାକରଣ ଅଭିଯାନ ଲାଗୁ କରିବା ସମୟରେ କୋୱିନ ଆପରେ ସମସ୍ୟା ଦେଖାଦେଇଥିଲା । ଏହି କୋୱିନ ଆପକୁ କେନ୍ଦ୍ର ସରକାର ପକ୍ଷରୁ ଠିକ କରିବାକୁ ଚେଷ୍ଟା କରାଯାଉଛି । ଶନିବାର ଠାରୁ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ଅନୁସାରେ, ଦେଶରେ 1.91 ଲକ୍ଷ ଲୋକ କୋଭିଡ ଟିକା ନେଇଛନ୍ତି । ଦେଶବ୍ୟାପୀ 3 ହଜାରରୁ ଊର୍ଦ୍ଧ୍ବ କୋଭିଡ ସେଣ୍ଟର ପ୍ରସ୍ତୁତ କରାଯାଇଛି । ସମସ୍ତ କୋଭିଡ ସେଣ୍ଟରରେ 16,755 ଜଣ ନିୟୋଜିତ ହୋଇଛନ୍ତି । ମହାରାଷ୍ଟ୍ରରେ 285 ଟି ସେଣ୍ଟରର ଟିକାକରଣ ଆରମ୍ଭ ହୋଇଛି । 28 ହଜାର 500 ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି ।

ABOUT THE AUTHOR

...view details