ମୁମ୍ବାଇ: କୋରୋନା ଭାଇରସ ଆକ୍ରାନ୍ତ ମଧ୍ୟରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ଅଟେ। ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ କୋରୋନା ଯୋଗୁଁ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 286 ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।
ମହାରାଷ୍ଟ୍ରରେ 24 ଘଣ୍ଟାରେ 286 ନୂଆ କୋରୋନା ପଜିଟିଭ, ମୋଟ 3202
ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ କୋରୋନା ଯୋଗୁଁ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 286 ଟି ନୂଆ କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି ।
ତେବେ କୋରୋନା କାରଣରୁ ବର୍ତ୍ତମାନ ମହାରାଷ୍ଟ୍ରରେ 194 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି । ଲକଡାଉନ ପରେ ମଧ୍ୟ ମହାରାଷ୍ଟ୍ରରେ କୋରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3202 କୁ ବୃଦ୍ଧି ପାଇଛି। କେବଳ ମୁମ୍ବାଇରେ ମୋଟ 2073 ଆକ୍ରାନ୍ତ ଆକ୍ଟିଭ ରହିଛନ୍ତି । ଏହାଛଡା ମୁମ୍ବାଇରେ କୋରୋନା କାରଣରୁ ଏପର୍ଯ୍ୟନ୍ତ 117 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ତେବେ ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ଯାହା ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ତେବେ କୋରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି।