ନୂଆଦିଲ୍ଲୀ: ଆଜି ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ ଶୁଣାଣି । ଉଭୟ ଓଡିଶା ଓ ଛତିଶଗଡ ନିଜ ନିଜ ରାଜ୍ୟର ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ ।
ମହାନଦୀ ଜଳ ବିବାଦ ମାମଲା: ଆଜି ଟ୍ରିବ୍ୟୁନାଲ ଶୁଣାଣି - ମହାନଦୀ ଜଳ ବିବାଦ ମାମଲା
ଆଜି ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ ଶୁଣାଣି । ଉଭୟ ଓଡିଶା ଓ ଛତିଶଗଡ ନିଜ ନିଜ ରାଜ୍ୟର ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ ।
ଫାଇଲ ଫଟୋ
ତେବେ ଟ୍ରିବ୍ୟୁନାଲର ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡିଶା ଓ ଛତିଶଗଡ ପ୍ରକଳ୍ପ ଅଞ୍ଚଳ ଗୁଡିକୁ ଗସ୍ତ କରି ଅନୁଧ୍ୟାନ କରିସାରିଛନ୍ତି । ଏହା ସହିତ ସେମାନେ ମହାନଦୀ ଜଳ ବ୍ୟବହାର ବ୍ୟବସ୍ଥା ମଧ୍ୟ ଦେଖିଥିଲେ ।
ସୂଚନାଯୋଗ୍ୟ ଯେ, ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ କ୍ଷେତ୍ର ପରିଦର୍ଶନ କରିବା ପରେ ଓଡ଼ିଶା ଓ ଛତିଶଗଡ଼କୁ ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୌଣସି କାରଣବଶତଃ ନଭେମ୍ବର ୩୦ ତାରିଖର ଶୁଣାଣିକୁ ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଥିଲା।