ଭୋପାଳ: 12ଟି ଜ୍ୟୋର୍ତି ଲିଙ୍ଗ ମଧ୍ୟରୁ ମଧ୍ୟପ୍ରଦେଶ ଉଜ୍ଜୟନୀରେ ଥିବା ମହାକାଳେଶ୍ବର ମନ୍ଦିର ମଧ୍ୟ ଗୋଟିଏ । ତେବେ ଭାଦ୍ରବ ମାସର ପ୍ରଥମ ସୋମବାର ଆଜି ମହାକାଳଙ୍କର ଭଷ୍ମାରତୀ ହୋଇଯାଇଛି । ଏଠାରେ ଶ୍ରାବଣ ଓ ଭାଦ୍ରବ ମାସରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥାଏ । ଆଜି ଭକ୍ତଙ୍କ ଦୁଃଖସୁଖ ବୁଝିବା ପାଇଁ ବାବା ମହାକାଳ ନିଜେ ନଗର ଭ୍ରମଣରେ ବାହାରିବେ । ଏହି କାର୍ଯ୍ୟକ୍ରମରେ ଏମପି ମୁଖ୍ୟମନ୍ତ୍ରୀ କମଲ ନାଥ ଯୋଗଦେଇ ମହାକାଳଙ୍କୁ ପୂଜା ଓ ଅଭିଷେକ କରିବେ ।
ଭାଦ୍ରବ ପ୍ରଥମ ସୋମବାରରେ ମହାକାଳଙ୍କ ଭଷ୍ମାରତୀ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଉଜ୍ଜୟନୀରେ ଥିବା ବାବା ମହାକାଳେଶ୍ବର ମନ୍ଦିରରେ ଭଷ୍ମାରତୀ କରାଯାଇଛି । ପାଲିଙ୍କିରେ ବସି ନଗର ଭ୍ରମଣ କରିବା ସହ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେବେ ମହାକାଳ ।
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ମହାକାଳଙ୍କୁ ଆଜି ଭାଙ୍ଗରେ ଶୃଙ୍ଗାର କରାଯାଇଥିଲା ଏହାପରେ ତାଙ୍କର ଭଷ୍ମାରତୀ କରାଯାଇଥିଲା । ଏହି ଦିନକୁ ଶ୍ରଦ୍ଧାଳୁ ମାନେ ଚାତକ ପରି ଅପେକ୍ଷା କରି ରହିଥାନ୍ତି । ଏଥିରେ ଯୋଗଦେଇ ବାବାଙ୍କର ଦର୍ଶନ କରିବା ସହ ଭଷ୍ମାରତୀ ପାଇଥାନ୍ତି । ବାବା ପାଲିଙ୍କିରେ ବସି ନଗର ପରିକ୍ରମା କରିବେ । ପ୍ରଥମେ ପୋଲିସଙ୍କ ଦ୍ବାରା ସଲାମି ଦିଆଯିବ ଏହାପରେ ଏହି ଯାତ୍ରା ଆରମ୍ଭ ହେବ । ବାବା ମହାକାଳଙ୍କ ପାଲିଙ୍କି ପୁରା ସହର ଭ୍ରମଣ କରିବା ପରେ ମନ୍ଦିରକୁ ଫେରିଆସିବ ।