ଓଡିଶା

odisha

ETV Bharat / bharat

ମହାବ୍ରତରେ 48 ନାମ ଜପିଲେ ସକଳ ଦୁଃଖ ହରିବେ ହର

ସୋମବାର ଓ ମହାଶିବରାତ୍ରି ବ୍ରତ  ଏହି ଦିନ ମହାଦେବଙ୍କ ଏହି 48ଟି ନାମ ଜପିଲେ ସକଳ ଦୁଃଖ, କ୍ଲେଶ, ପାପ, ତାପ, ନାଶ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତ ହୋଇଥାଏ । ଏହାସହ ପ୍ରତ୍ୟେକ ସୋମବାର ଏହି 48 ନାମ ଶିବ ମନ୍ଦିରରେ ଜପିଲେ ଅସାଧ୍ୟ ସାଧନ ହୋଇଥାଏ ବୋଲି କୁହାଯାଏ ।

By

Published : Mar 4, 2019, 3:42 PM IST

ଡିଜାଇନ ଫଟୋ

ମାଘ-ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରିରେ ପଡେ ମହାବ୍ରତ । ନାମ ଶିବରାତ୍ରୀ-ବ୍ରତ । ଏହି ରାତ୍ରି ଆନନ୍ଦ ପ୍ରଦାୟକ । ଏହି ସମୟରେ ଶିବପୂଜା, ଉପବାସ ଏବଂ ଜାଗରଣ କରାଯାଏ । ବିରଳ ମହା ଶିବରାତ୍ରୀ,୧୦୧ ବର୍ଷ ପରେ ଏଥର ପଡ଼ୁଛି ମହାସଂଯୋଗ । ସୋମବାର ଓ ମହାଶିବରାତ୍ରି ବ୍ରତ ଏହି ଦିନ ମହାଦେବଙ୍କ ଏହି 48ଟି ନାମ ଜପିଲେ ସକଳ ଦୁଃଖ, କ୍ଲେଶ, ପାପ, ତାପ, ନାଶ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତ ହୋଇଥାଏ । ଏହାସହ ପ୍ରତ୍ୟେକ ସୋମବାର ଏହି 48 ନାମ ଶିବ ମନ୍ଦିରରେ ଜପିଲେ ଅସାଧ୍ୟ ସାଧନ ହୋଇଥାଏ ବୋଲି କୁହାଯାଏ ।

ଶିବରାତ୍ରୀରେ ଅନଶନ ବା ଉପବାସ ଦ୍ବାରା ଭକ୍ତିପୂର୍ବକ ଶିବଙ୍କୁ ବେଲପତ୍ର, ପୁଷ୍ପ, ଚନ୍ଦନ, ଦୁଗ୍ଧ, ଦଧି ଦ୍ବାରା ପୂଜନ କଲେ, ଏକ ବିରାଟକାୟ ଆଧ୍ୟାତ୍ମିକ ଲାଭ ଏବଂ ପ୍ରାରମ୍ଭରେ ସାଂସାରିକ ଅଭ୍ୟୁଦୟ ହେବ । ଏହି ଦିନ ମହାଦେବଙ୍କ ଏହି 48ଗୋଟି ନାମ ଜପିଲେ ସକଳ ଦୁଃଖ, କ୍ଲେଶ, ପାପ,ତାପ ନାଶ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତ ହୋଇଥାଏ ।

ଏହା ନାମ ଜପ ସହ ଭକ୍ତି ଏବଂ ନିଷ୍ଠାର ଆବଶ୍ୟକତା ରହିଛି । 48 ଗୋଟି ନାମ ହେଲା

ଶମ୍ଭୁ, ଈଶ, ପଶୁପତି, ଶିବ, ଶୁଳିନ, ମହେଶ୍ବର, ଈଶ୍ବର, ସର୍ବ, ଈଶାନ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ, ଖଣ୍ଡପରଶୁ, ଗିରୀଶ, ଗିରିଶ, ମୃଡ, ମୃତ୍ୟୁଞ୍ଜୟ, କୃତ୍ତିବାସ୍, ପିନାକି, ପ୍ରମାଥିଧିପ, ଉଗ୍ର, କପର୍ଦ୍ଦିନ, ଶ୍ରୀକଣ୍ଠ, ଶିତିକଣ୍ଠ, କପାଳଭୃ଼ତ, ବାମଦେବ, ମହାଦେବ, ବିରୂପାକ୍ଷ, ତ୍ରିଲୋଚନ, କୃଶାନୁତେରସ୍, ସର୍ବଜ୍ଞ, ଧୂର୍ଜଟି, ନୀଳଲୋହିତ, ହର, ସ୍ମରହର, ଭର୍ଗ, ତ୍ର୍ୟମ୍ବକ, ତ୍ରିପୁରାନ୍ତକ, ଗଙ୍ଗାଧର, ଅନ୍ଧକରିପୁ, କ୍ରତୃଧ୍ବସଂନ, ବୃଷଧ୍ବଜ, ବ୍ୟୋମକେଶ, ଭବ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି

ବାସ୍ତବରେ ମହାଶିବରାତ୍ରି-ବ୍ରତର ଉଦ୍ଦେଶ୍ୟ ହେଉଛି ଜୀବାତ୍ମାର ପରମାତ୍ମାଙ୍କ ସହ ଏକୀଭୂତ ହେବା । ଏହି ଦିନ ଏହି 48 ନାମ ଜପ-ଧ୍ୟାନ କଲେ ମହାଦେବ, ମହାଯୋଗୀ, ମାହାତ୍ମନ ମାହାପାପ ନାଶ କରିବା ସହ ସକଳ ସିଦ୍ଧି ପ୍ରଦାନ କରିବେ

For All Latest Updates

ABOUT THE AUTHOR

...view details