ଚେନ୍ନାଇ: ଲୋକପ୍ରିୟ ଆପ୍ ଟିକ୍ଟକ୍ ପାଇଁ ବଢିଲା ଅଡୁଆ। ଟିକ୍ଟକ୍ ବ୍ୟାନ ପରେ ଏବେ ଟିକ୍ଟକ୍ ଡାଉନ ଲୋଡ ଉପରେ ରୋକ୍ ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ । ଏହି ଆପ୍ରେ ଅଶ୍ଲିଳତା ଦେଖାଯାଉଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଟିକ୍ଟକ୍ ବ୍ୟାନ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଟିକ୍ଟକ୍ ବ୍ୟାନ
ବ୍ୟାନ ହେବ ଲୋକପ୍ରିୟ ଆପ୍ ଟିକ୍ଟକ୍। ମାଡ୍ରାସ ହାଇକୋର୍ଟ ଏହି ଆପ୍କୁ ବ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିକାତ୍ମକ ଫଟୋ
ସାଇବର କ୍ରାଇମର ଶିକାର ଶିଶୁ ମାନଙ୍କୁ ବଞ୍ଚାଇବା ପାଇଁ ଆମେରିକା ଭଳି ଆଇନ୍ ଆଣିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗଣମାଧ୍ୟମକୁ ଟିକ୍ଟିକ୍ ଭିଡିଓ ଗୁଡିକୁ ପ୍ରସାରଣ ନ କରିବା ପାଇଁ କହିଛନ୍ତି। ପ୍ରକାଶ ଯେ, ଗତ ଫେବୃଆରୀ ମାସରେ ଏହି ଆପ୍କୁ ବ୍ୟାନ କରିବା ପାଇଁ ତାମିଲନାଡୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏମ.ମନିକନ୍ଦନ ଦାବି କରିଥିଲେ। ଟିକ୍ଟକ୍ ଆପରେ ପ୍ରସ୍ତୁତ କରାଯାଉଥିବା ଅଶ୍ଲିଳ ଭିଡିଓକୁ ମଧ୍ୟ ବ୍ୟାନ କରିବାକୁ ଦାବି କରାଯାଇଥିଲା ।