ଓଡିଶା

odisha

ETV Bharat / bharat

ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ - governor lalji tandon passed away

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ପରଲୋକ
ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ପରଲୋକ

By

Published : Jul 21, 2020, 7:28 AM IST

Updated : Jul 21, 2020, 9:37 AM IST

07:25 July 21

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ । 85 ବର୍ଷ ବୟସରେ ଦେହାନ୍ତ ହୋଇଥିବା ପୁଅ ଆଶୁତୋଷ ତଣ୍ଡନ ସୂଚନା ।

ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ । 85 ବର୍ଷ ବୟସରେ ଲକ୍ଷ୍ନୌର ମେନ୍ଦାତା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ଆଶୁତୋଷ ତଣ୍ଡନ ସୂଚନା ଦେଇଛନ୍ତି ।

କିଛିଦିନ ପୂର୍ବେ ମଧ୍ୟପ୍ରଦେଶର ରାଜ୍ୟପାଳ ତଥା ଲକ୍ଷ୍ନୌର ପୂର୍ବତନ ସାଂସଦ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  

ତାଙ୍କ ଫୁସଫୁସ, କିଡନୀ ଓ ଲିଭର ଠିକରେ କାମ କରୁନଥିବା କୁହାଯାଇଥିଲା । ତେବେ ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିଥିବା ସୂଚନା ମିଳିଥିଲା । ଜୁନ 11 ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଜୁନ୍‌ 15 ତାରିଖରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ।  

1935 ମସିହା ଅପ୍ରେଲ 12 ତାରିଖରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ ଲାଲଜୀ । ପ୍ରଥମେ 12 ବର୍ଷ ବୟସରୁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘରେ ଯୋଗଦେଇ 1960 ମସିହାରେ ରାଜନୀତିରେ ପାଦ ଥାପିଥିଲେ ସେ । ବିଧାନପରିଷଦର ସଦସ୍ୟଠୁ ଆରମ୍ଭ କରି ସାଂସଦ ଓ ଶେଷରେ ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।  

ଆସନ୍ତୁ ନଜର ପକାଇବା ତାଙ୍କ ରାଜନୈତିକ କ୍ୟାରିୟର ଉପରେ

  • 12 ବର୍ଷ ବୟସରେ ସଂଘରେ ଯୋଗଦେଇଥିଲେ
  • 1960 ମସିହାରେ ରାଜନୀତିରେ ପାଦ ଥାପିଥିଲେ
  • ଜେପି ଆନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନକୁ ତୀବ୍ର କରିଥିଲେ
  • ସେ 1978-84 ଦୁଇଥର ଉତ୍ତରପ୍ରଦେଶ ବିଧାନପରିଷଦର ସଦସ୍ୟ ରହିଛନ୍ତି
  • ସେ ତିନି ଥର, 1996ରୁ 2009 ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ରହିଛନ୍ତି
  • 2003ରୁ 2007 ପର୍ଯ୍ୟନ୍ତ ବିରୋଧୀଦଳ ନେତା ପଦ ସମ୍ଭାଳିଥିଲେ
  • କଲ୍ୟାଣ ସିଂ ସରକାରରେ ସେ ମନ୍ତ୍ରୀ ରହିଥିଲେ
  • 2009ରେ ଲକ୍ଷ୍ନୌ ଲୋକସଭା ଆସନରୁ ଜିତି ସାଂସଦ ହୋଇଥିଲେ
  • 2018 ଅଗଷ୍ଟ 21ରେ ଲାଲଜୀ ଟଣ୍ଡନ ବିହାରର ରାଜ୍ୟପାଳ ହୋଇଥିଲେ
  • 2019 ଜୁଲାଇ 20 ତାରିଖରେ ସେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିଲେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2020, 9:37 AM IST

ABOUT THE AUTHOR

...view details