ଓଡିଶା

odisha

ETV Bharat / bharat

ସଙ୍କଟରେ ନାଥ ସରକାର, କଂଗ୍ରେସ ବିଧାୟକଙ୍କୁ 25 କୋଟି ଯାଚୁଛି ବିଜେପି !

କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି କଂଗ୍ରେସ ବିଧାୟକଙ୍କୁ କୋଟି କୋଟି ଟଙ୍କାର ଅଫର୍‌ ଦେଇ କିଣିବା ପାଇଁ ପ୍ରୟାସ କରୁଛି । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । କମଳନାଥଙ୍କ ଅଭିଯୋଗ ଅନୁସାରେ ବିଜେପି ପ୍ରାୟ ୧୦ ଜଣ କଂଗ୍ରେସ ବିଧାୟକଙ୍କୁ କୋଟି କୋଟି ଟଙ୍କା ଏବଂ ପଦବୀର ଅଫର୍‌ ଦେଉଛି ।

By

Published : May 22, 2019, 11:01 AM IST

Updated : May 22, 2019, 11:46 AM IST

ଡିଜାଇନ ଫଟୋ

ଭୋପାଳ: କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ଅଡୁଆ ବଢିବାରେ ଲାଗିଛି । ସରକାର ଭାଙ୍ଗିବା ପାଇଁ ସବୁଦିନ ବିରୋଧୀ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏପରି ସମୟରେ ମଧ୍ୟପ୍ରଦେଶରେ ନାଥ ସରକାରଙ୍କୁ ହଟାଇବା ପାଇଁ 'କମଳ' ଷଡଯନ୍ତ୍ର କରୁଥିବା ଖବର ସାମ୍ନାକୁ ଆସୁଛି । କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି କଂଗ୍ରେସ ବିଧାୟକଙ୍କୁ କାରସାଦି କରି କୋଟି କୋଟି ଟଙ୍କାର ଅଫର୍‌ ଦେଇ କିଣିବା ପାଇଁ ପ୍ରୟାସ କରୁଛି । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ବିଜେପିର ଘୋଡା ବେପାର କାମ ଦେବନି ଓ କଂଗ୍ରେସ ନେତା ଲୋଭୀ ନୁହଁନ୍ତି ବୋଲି କହିଛନ୍ତି କମଳନାଥ ।

କମଳନାଥଙ୍କ ଅଭିଯୋଗ ଅନୁସାରେ ବିଜେପି ପ୍ରାୟ ୧୦ ଜଣ କଂଗ୍ରେସ ବିଧାୟକଙ୍କୁ କୋଟି କୋଟି ଟଙ୍କା ଏବଂ ପଦବୀର ଅଫର୍‌ ଦେଉଛି । ସେ କହିଛନ୍ତି ବିଜେପି କଂଗ୍ରେସ ୧୦ ଜଣ ବିଧାୟକଙ୍କୁ ନେଇ ଏକ ବୈଠକ କରିବା ସହ ବାରମ୍ବାର କଲ୍ କରି ଟଙ୍କାର ଲୋଭ ଦେଖାଉଛନ୍ତି । ବିଜେପି ଫୋନ୍‌ କଲ୍‌ରେ କଂଗ୍ରେସ ବିଧାୟକ ପ୍ରତ୍ୟେକଙ୍କୁ 10ରୁ 25 କୋଟି ଅଫର୍‌ ଯାଚୁଥିବା କହିଛନ୍ତି କମଳନାଥ । ଏହାସହ କମଳନାଥ କହିଛନ୍ତି ଯେ କଂଗ୍ରେସ ବିଧାୟକ କାହା ପାଖରେ ବିକ୍ରି ହେବେ ନାହିଁ । ନିଜ ବିଧାୟକଙ୍କ ପ୍ରତି ଯଥେଷ୍ଟ ବିଶ୍ବାସ ଓ ଭରସା ରହିଥିବା କହିଛନ୍ତି । ବିଜେପି କେବଳ ବୃଥା ପରିଶ୍ରମ କରୁଥିବା କହିଛନ୍ତି କମଳନାଥ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ 2018ରେ ମଧ୍ୟପ୍ରଦେଶରେ କଂଗ୍ରେସ ବହୁମତଠାରୁ ମାତ୍ର 5ଟି ଆସନ ଅଧିକ ପାଇଥିଲା । ଗୋଟିଏ ପଟେ କଂଗ୍ରେସ ପ୍ରତି ଏସ୍‌ପିର ଜଣେ ଏବଂ ବିଏସ୍‌ପିର ୨ ଜଣ ବିଧାୟକଙ୍କ ସମେତ ମୋଟ 121ଜଣ ବିଧାୟକଙ୍କ ସମର୍ଥନ ରହିଥିଲା । ଅନ୍ୟପଟେ ବିଜେପିର ସଦସ୍ୟ ସଂଖ୍ୟା ବିଧାନସଭାରେ 109ରେ ସୀମିତ ରହିଛି । ଏଭଳି ସ୍ଥିତିରେ ଯଦି କିଛି ବିଧାୟକ କଂଗ୍ରେସ ଠାରୁ ସମର୍ଥନ ପ୍ରତ୍ୟାହାର କରନ୍ତି ତା’ହେଲେ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ସରକାର ଉପରେ ବିପଦ ମାଡିବସିବା ସହ ସରକାର ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏପରି ସମୟରେ ଦେଶରେ ଏକଜିଟ୍‌ ପୋଲ୍‌ରେ ବିଜେପିକୁ ବହୁମତ ମିଳିବା ପରେ ଗେରୁଆ ଶିବିରରେ ଉତ୍ସାହର ମାହୋଲ । ଏହାସହ କର୍ଣ୍ଣାଟକ ପରି ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଡରାଣ ଦେଖାଉଛି ବିଜେପି । କର୍ଣ୍ଣାଟକରେ ଘୋଡା ବେପାର ମାହୋଲ ସରି ନଥିବା ବେଳେ ଏବେ ସମାନ ଦୃଶ୍ୟପଟ୍ଟ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । କମଳନାଥଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପି ଦାବି କରୁଥିବା ସମୟରେ କଂଗ୍ରେସ ଘୋଡା ବେପାର କରି କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରୟାସ କରୁଥିବା ଅଭିଯୋଗ ଆଣିଛି ।

Last Updated : May 22, 2019, 11:46 AM IST

For All Latest Updates

ABOUT THE AUTHOR

...view details