ଓଡିଶା

odisha

By

Published : Dec 21, 2019, 1:58 PM IST

ETV Bharat / bharat

କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ନିଧନ

ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କ ଶନିବାର ସକାଳେ ପରଲୋକ ଘଟିଛି। କିଛିଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ।

Congress MLA Banwari Lal Sharma dead
ଫାଇଲ ଫଟୋ

ଭୋପାଳ: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାନସଭା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କ ଶନିବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବନଓ୍ବାରି ଲାଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କିଛିଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କର ଶେଷକୃତ୍ୟ ମୁରୈନା ଜିଲାରେ ଥିବା ତାଙ୍କର ପୈତୃକ ଗ୍ରାମରେ କରାଯିବ ବୋଲି ଜଣାପଡିଛି। ଗତବର୍ଷ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ସେ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ଜଉରା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ବିୟୋଗରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୋକ ପ୍ରକାଶ କରିଛନ୍ତି।

ABOUT THE AUTHOR

...view details