ଓଡିଶା

odisha

ETV Bharat / bharat

ସୋମବାର ଫ୍ଲୋର ଟେଷ୍ଟ: ଭୋପାଳରେ ପହଞ୍ଚିଲେ କଂଗ୍ରେସ ବିଧାୟକ - ଭୋପାଳ ଅଭିମୁଖେ କଂଗ୍ରେସ ବିଧାୟକ

ଜୟପୁରର ରିସର୍ଟରେ ରହୁଥିବା କଂଗ୍ରେସ ବିଧାୟକ ରବିବାର ସକାଳେ ଭୋପାଳ ଅଭିମୁଖେ ଯାତ୍ରା କରିଛନ୍ତି । ଶନିବାର ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି ଯେ ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 15, 2020, 11:10 AM IST

Updated : Mar 15, 2020, 12:46 PM IST

ଜୟପୁର: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସୋମବାର ଫ୍ଲୋର ଟେଷ୍ଟ । ଏହା ପୂର୍ବରୁ ଜୟପୁରର ରିସର୍ଟରେ ରହୁଥିବା କଂଗ୍ରେସ ବିଧାୟକ ରବିବାର ଭୋପାଳ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପ୍ରାୟ 90 ଜଣ ବିଧାୟକ ରବିବାର ଭୋପାଳରେ ପହଞ୍ଚିଛନ୍ତି। ଶନିବାର ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି ଯେ ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ ।

ସୋମବାର ଫ୍ଲୋର ଟେଷ୍ଟ: ଭୋପାଳରେ ପହଞ୍ଚିଲେ କଂଗ୍ରେସ ବିଧାୟକ

ଜୟପୁର ବିମାନ ବନ୍ଦରର ଜଣେ ବିଧାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ବିଧାନସଭାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବ ଏବଂ କମଲ ନାଥ ସରକାର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବେ।

ହୋଟେଲ ମ୍ୟାରିଅଟରେ ରହିବେ ଜୟପୁରରୁ ଆସୁଥିବା ବିଧାୟକମାନେ | କଂଗ୍ରେସ ବିଧାୟକଙ୍କୁ ନେବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା । ବିମାନବନ୍ଦରରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ନିୟୋଜିତ ରହିଥିଲେ। ମଧ୍ୟପ୍ରଦେଶରେ କମଲ ନାଥ ନେତୃତ୍ବାଧୀନ ସରକାର ରାଜନୈତିକ ଅନିଶ୍ଚିତତା ଓ ଅସ୍ଥିରତା ମଧ୍ୟରେ ରହିଛି । ଏପରିସ୍ଥଳେ ବିଜେପି ଏବଂ କଂଗ୍ରେସ ସେମାନଙ୍କ ବିଧାୟକମାନଙ୍କୁ ରାଜ୍ୟ ବାହାରେ ସ୍ଥାନାନ୍ତର କରି ବିଳାସପୂର୍ଣ୍ଣ ହୋଟେଲରେ ରଖିଛନ୍ତି ।

ମାର୍ଚ୍ଚ 11ରେ ବିଜେପି ନିଜର ବିଧାୟକମାନଙ୍କୁ ଗୁରୁଗ୍ରାମର ଏକ ବିଳାସପୂର୍ଣ୍ଣ ରିସୋର୍ଟକୁ ନେଇ ରଖିଥିଲେ । ସେହିପରି କଂଗ୍ରେସ ନିଜ ବିଧାୟକମାନଙ୍କୁ ଭୋପାଳରୁ ଜୟପୁରକୁ ସ୍ଥାନାନ୍ତର କରିଥିଲା । ମଙ୍ଗଳବାର ଦୀର୍ଘ 18 ବର୍ଷର ସମ୍ପର୍କ ଚ୍ଛିନ୍ନ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରସରୁ ଇସ୍ତଫା ଦେଇ ବୁଧବାର ବିଜେପିରେ ଯୋଗଦେଇଥିଲେ । ସିନ୍ଧିଆଙ୍କ ସହ ସମର୍ଥିତ ତାଙ୍କ22 ବିଧାୟକ ଇସ୍ତଫା ମଧ୍ୟ ଦେଇଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ 6 ଜଣ ମନ୍ତ୍ରୀ ରହିଥିଲେ ।

ଏହାପୂର୍ବରୁ ଗୁରୁଗ୍ରାମର ମନେସର ଏବଂ ବେଙ୍ଗାଲୁରୁର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଧ୍ୟପ୍ରଦେଶରୁ ଅତି କମରେ ଆଠ ଜଣ କଂଗ୍ରେସ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗରେ ବିଜେପି ବିରୋଧରେ ଅଭିଯୋଗ କରିଛି କଂଗ୍ରେସ । ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ସମେତ ଅନେକ କଂଗ୍ରେସ ନେତା ବିଜେପିକୁ କଂଗ୍ରେସ ନେତାମାନଙ୍କୁ ପ୍ରଲୋଭନ ଦେଖାଇ ରଖିଥିବ ଅଭିଯୋଗ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ମଧ୍ୟପ୍ରଦେଶ ବାଚସ୍ପତି 6 ଜଣ ପୂର୍ବତନ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।

Last Updated : Mar 15, 2020, 12:46 PM IST

ABOUT THE AUTHOR

...view details