ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ଉପନିର୍ବାଚନ ନେଇ ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଆଲୋଚନା - ମଧ୍ୟପ୍ରଦେଶ ଉପନିର୍ବାଚନ

ମଧ୍ୟପ୍ରଦେଶରେ 24ଟି ବିଧାନସଭା ଆସନରେ ଉପନିର୍ବାଚନ ପ୍ରଚାର ପାଇଁ ରାଜ୍ୟ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ପିକେଙ୍କ ସହ ଆଲୋଚନା କରୁଛି । କଂଗ୍ରେସ ବିଧାୟକ ପିସି ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଆଲୋଚନା
ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଆଲୋଚନା

By

Published : Jun 2, 2020, 9:58 PM IST

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସ ଆଗାମୀ ଉପନିର୍ବାଚନ ପାଇଁ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଶରଣରେ । ମଧ୍ୟପ୍ରଦେଶରେ 24ଟି ବିଧାନସଭା ଆସନରେ ଉପନିର୍ବାଚନ ପ୍ରଚାର ପାଇଁ ରାଜ୍ୟ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ପିକେଙ୍କ ସହ ଆଲୋଚନା କରୁଛି । କଂଗ୍ରେସ ବିଧାୟକ ପିସି ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

24 ବିଧାନସଭା ଆସନ ମଧ୍ୟରୁ 22ଟି ଆସନ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ଖାଲି ପଡିଥିଲା । ସିନ୍ଧିଆଙ୍କ ସମର୍ଥକ 22 ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ପୂର୍ବରୁ 2ଟି ଆସନ ଦୁଇ ଜଣ ବିଧାୟକଙ୍କ ନିଧନ କାରଣରୁ ଖାଲି ପଡିଥିଲା । ଏବେ ଏହି 24 ଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ମଧ୍ୟପ୍ରଦେଶ ଉପନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।

ବିଧାୟକ ପିସି ଶର୍ମା ପିଟିଆଇକୁ କହିଛନ୍ତି, 24ଟି ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ କଥାବାର୍ତ୍ତା କରୁଛୁ । ସେ ଏହି ସର୍ଭେ କରିବେ ଏବଂ ନିର୍ବାଚନର ଢାଞ୍ଚା ସ୍ଥିର କରିବାରେ ତଥା ସୋସିଆଲ ମିଡିଆ ରଣନୀତି ପ୍ରସ୍ତୁତ କରିବାରେ ଦଳକୁ ସାହାଯ୍ୟ କରିବେ । ଏହା ସହିତ ସେ କହିଛନ୍ତି, ମଧ୍ୟପ୍ରଦେଶରେ ଗତ ବିଧାନସଭା ନିର୍ବାଚନରେ ​​ପ୍ରଶାନ୍ତ କିଶୋର ମଧ୍ୟ ଦଳ ପାଇଁ କାମ କରିଥିଲେ । ସେ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନ ପ୍ରସଙ୍ଗରେ ଦଳକୁ ସାହାଯ୍ୟ କରିବେ।

ଏହି ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ତଥା ବିଧାୟକ ରମେଶ୍ବର ଶର୍ମା କହିଛନ୍ତି, "ପ୍ରଶାନ୍ତ କିଶୋର କଣ କରିବେ? କଂଗ୍ରେସ ସମାଜର ପ୍ରତ୍ୟେକ ବିଭାଗକୁ ମିଥ୍ୟା ପ୍ରତିଶୃତି ଦେଇଛି । କୃଷକଙ୍କ ଋଣ ଛାଡ, ବେକାରି ଭତ୍ତା, ନବ ବିବାହିତ ଦମ୍ପତିଙ୍କ ପାଇଁ 51000 ଟଙ୍କା ସହାୟତା, ଏସବୁ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ।

ବିଜେପି ନେତା ପିଟିଆଇକୁ କହିଛନ୍ତି ଯେ ରାଜ୍ୟରେ 15 ମାସ ଶାସନ କାଳରେ କଂଗ୍ରେସର ପ୍ରକୃତ ଚେହେରା ସମସ୍ତଙ୍କ ନିକଟରେ ଖୋଲିଯାଇଛି । ଆସନ୍ତା ଉପ-ନିର୍ବାଚନରେ ​​ବିଜେପି ସମସ୍ତ 24ଟି ଆସନ ଜିତିବାକୁ ଯାଉଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details