ଓଡିଶା

odisha

By

Published : Apr 22, 2020, 3:17 PM IST

ETV Bharat / bharat

ମଧ୍ୟପ୍ରଦେଶର 5 କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ହେଲା ବିଭାଗ ବଣ୍ଟନ

ଗତ ମାସରେ ବିଜେପି ନେତା ଶିବରାଜ ସିଂହ ଚୌହାନ 4ର୍ଥ ଥର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଲକଡାଉନ ଯୋଗୁଁ ନିଜ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିପାରିନଥିଲେ । ହେଲେ ଗତକାଲି 5 ଜଣ ସଦସ୍ୟ ନରୋତ୍ତମ ମିଶ୍ର, କମଲ ପଟେଲ,ମୀନା ସିଂ, ତୁଲସୀ ରାମ ସିଲୱାତ ଓ ଗୋବିନ୍ଦ ସିଂହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ତେବେ ଆଜି ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି ।

ମଧ୍ୟପ୍ରଦେଶର 5 କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ହେଲା ବିଭାଗ ବଣ୍ଟନ
ମଧ୍ୟପ୍ରଦେଶର 5 କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ହେଲା ବିଭାଗ ବଣ୍ଟନ

ଭୋପାଲ: ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରର 5 ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେବାର ଗୋଟିଏ ଦିନ ପରେ ଆଜି ସେମାନଙ୍କର ବିଭାଗ ବଣ୍ଟନ ହୋଇଛି ।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଚୌହାନଙ୍କ ଜଣେ ଘନିଷ୍ଠ ବିଶ୍ୱାସୀ ନରୋତ୍ତମ ମିଶ୍ରଙ୍କୁ ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ବ ଦିଆଯାଇଥିବାବେଳେ କମଲ ପଟେଲଙ୍କୁ କୃଷି ମନ୍ତ୍ରଣାଳୟ ହସ୍ତାନ୍ତର କରାଯାଇଛି । ସେହିପରି ତୁଲସୀ ରାମ ସିଲୱାଟଙ୍କୁ ଜଳ ସମ୍ପଦ ମନ୍ତ୍ରୀ, ଓ ଗୋବିନ୍ଦ ସିଂ ରାଜପୁତଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ଦିଆଯାଇଛି । ସରକାରଙ୍କ ଏକମାତ୍ର ମହିଳା ମନ୍ତ୍ରୀ ମୀନା ସିଂଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ଦିଆଯାଇଛି ।

ବିଧାନସଭାର ପାଞ୍ଚଜଣ ସଦସ୍ୟ ମଙ୍ଗଳବାର ଦିନ ଶପଥ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କ କ୍ୟାରିୟରରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବାର ଏକ ମାସ ପରେ ରାଜ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିଲେ ।

ନୂତନ କ୍ୟାବିନେଟ ଗଠନ ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଛୋଟ କିନ୍ତୁ ସନ୍ତୁଳିତ । ଏବଂ କୋରୋନା ଭାଇରସ୍ ଲକଡାଉନ୍ ଶେଷ ହେବା ପରେ ଏହା ଆହୁରି ବିସ୍ତାର ହେବ ।

ABOUT THE AUTHOR

...view details