ଓଡିଶା

odisha

ETV Bharat / bharat

ବର୍ଷା ପାଣିରେ ଭାସିଗଲେ ଯୁବକ, ଦେଖନ୍ତୁ ଭିଡିଓ

ଉଛୁଳା ପାଣିରେ ବାଇକ ଚଳାଇ ଭାସିଗଲେ ଯୁବକ । ମଧ୍ୟପ୍ରଦେଶ ଖରଗୋନରେ ଘଟିଛି ଏହି ଅଘଟଣ ।

By

Published : Jul 3, 2019, 1:42 PM IST

ଫଟୋ ସୌଜନ୍ୟ: ଏଏନଆଇ

ଭୋପାଲ: ବର୍ଷା ପାଣିରେ ବୁଡିଥିଲା ରାସ୍ତା । ତଳିଆ ବ୍ରିଜ ଉପରେ ଚାଲୁଥିବା ବନ୍ୟା ଜଳ । ତେବେ ଜଣେ ବାଇକ ଆରୋହୀଙ୍କୁ ମହଙ୍ଗା ପଡିଲା ବର୍ଷା ପାଣି ସ୍ରୋତରେ ବାଇକ ରାଇଡିଂ । ମଧ୍ୟପ୍ରଦେଶ ଖରଗୋନରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଇକ ଆରୋହୀ ସାମାନ୍ୟ ଅସାବଧାନତା ପାଇଁ ଭାସିଯାଇଛନ୍ତି । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ଖବର ଅନୁଯାୟୀ, ବର୍ଷା ପାଇଁ ସବୁଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିମଧ୍ୟରେ ମାୟାନଗରୀ ମୁମ୍ବାଇ ସ୍ଥିତି ନକହିବା ହିଁ ଭଲ । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତାରେ ଲହଡି ଭାଙ୍ଗୁଛି ଢେଉ ।

ସ୍କୁଲ କଲେଜ, ମେଡିକାଲ, ରେଲୱେ ଷ୍ଟେସନ, ଏୟାରପୋର୍ଟ, ସବୁଆଡ ଜଳମଗ୍ନ । ଲଗାଣ ବର୍ଷା ମୁମ୍ବାଇ ଜନସାଧାରଣଙ୍କୁ ଅଣନିଶ୍ବାସୀ କରିଦେବା ସହ କାନ୍ଥ ଭୁଶୁଡିବା ଘଟଣାରେ 35ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details