ଓଡିଶା

odisha

ETV Bharat / bharat

ଅକ୍ସିଜେନ ଦେଉଥିବା ମେସିନ କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ଉପକାରୀ - ଅକ୍ସିଜେନ ଦେଉଥିବା ମେସିନ

କୋରୋନା ରୋଗୀଙ୍କୁ ସବୁଠାରୁ ବଡ ବିପଦ ହେଉଛି ଗଳା ସଂକ୍ରମଣ । ଶ୍ବାସନଳୀ ଥରେ ସଂକ୍ରମଣ ହେଲେ ଏହା ଶରୀର ପାଇଁ ବିପଦ । ଅଧିକ ପଢନ୍ତୁ...

ଅକ୍ସିଜେନ ଦେଉଥିବା ମେସିନ କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ଉପକାରୀ
ଅକ୍ସିଜେନ ଦେଉଥିବା ମେସିନ କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ଉପକାରୀ

By

Published : May 21, 2020, 11:04 AM IST

ୱାଶିଂଟନ: ଆମେରିକାର ୱେଷ୍ଟ ଭିର୍ଜିନିଆ ୟୁନିଭର୍ସିଟି ଅନୁସାରେ ଶରୀରକୁ ଅକ୍ସିଜେନ ଦେଉଥିବା ମେସିନ କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ଉପକାରୀ ହୋଇପାରେ । ଏକ୍ସଟ୍ରାକୋରପୋରିଏଲ ମେମ୍ବ୍ରାନେ ଅକ୍ସିଜେନେସନ(ଇକମୋ) ମେସିନ ଗୁରୁତର କୋରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିପାରେ । ଏନେଇ ୟୁନିଭର୍ସିଟି ପକ୍ଷରୁ ଏକ ଗବେଷଣା ହୋଇଥିଲା ।

କୋରୋନା ରୋଗୀଙ୍କୁ ସବୁଠାରୁ ବଡ ବିପଦ ହେଉଛି ଗଳା ସଂକ୍ରମଣ । ଶ୍ବାସନଳୀ ଥରେ ସଂକ୍ରମଣ ହେଲେ ଏହା ଶରୀର ପାଇଁ ବିପଦ । ଏହା କାମ ନକରିଲେ ଆମ ଶରୀରର ଅନ୍ୟ ଅଂଶକୁ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୁଏ ନାହିଁ । ତେବେ ଏହି ସମୟରେ ଏହି ଇକମୋ ମେସିନ କୌଣସି ବ୍ୟକ୍ତିର ରକ୍ତ ବାହାରେ ପମ୍ପିଂ କରି ଶରୀର ମଧ୍ୟରେ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ରକ୍ତରେ ଅମ୍ଲଜାନର ମାତ୍ରା କମିଯାଏ ସେତେବେଳେ ଏହି ମେସିନ କାମରେ ଆସିଥାଏ । ତେବେ ଏହି ରିପୋର୍ଟ ଅନୁସାରେ ଏହା ବୟସ୍କ ଲୋକଙ୍କ ପାଇଁ ଅଳ୍ପ କାମରେ ଆସିପାରେ । ସେମାନଙ୍କ ଶରୀରରେ ଯଦି ଅନ୍ୟ ରୋଗର ଲକ୍ଷଣ ରହିଥାଏ ତେବେ ଏହା କାମ କରିନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏହି ଇକମୋ ମେସିନ ଶ୍ବାସନଳୀ ସମେତ ହାର୍ଟକୁ ମଧ୍ୟ ରକ୍ତ ପ୍ରଦାନ କରିଥାଏ । ଏହା କାମ ନକରିଲେ ଏସବୁ କିଛି ସମୟ ବିଶ୍ରାମ ଦେବା ସହ ପୁଣିଥରେ କାର୍ଯ୍ୟକ୍ଷମ କରିଥାଏ ଏହି ମେସିନ । ଭେଣ୍ଟିଲେଟର କାମ ନକଲେ ମଧ୍ୟ ଏହାଦ୍ବାରା ଅନେକ ରୋଗୀଙ୍କୁ ବଞ୍ଚାଯାଇପାରେ । ଏହି ମେସିନ ଦ୍ବାରା ରକ୍ତ ନେଉଥିବା 32 ଜଣ କୋଭିଡ 19 ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରିଥିଲେ ରିସର୍ଚ୍ଚ ଟିମ । ଏମାନଙ୍କ ମଧ୍ୟରୁ 22 ଜଣ ଗୁରୁତର ଅବସ୍ଥାରୁ ଧିରେ ଧିରେ ସୁସ୍ଥ ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରୁ 17 ଜଣଙ୍କୁ ଇକମୋ ମେସିନ ଲଗାଯାଇଥିଲା । ବାକି 5 ଜଣ ଏହି ମେସିନ ଦ୍ବାରା ରକ୍ତ ନେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ତେବେ ଏମାନେ କେବଳ ଶ୍ବାସନଳୀ ପାଇଁ ଏହି ମେସିନର ବ୍ୟବହାର କରୁଥିଲେ ।

ରିସର୍ଚ୍ଚ ଟିମ ଅନୁସାରେ ଏହି ମେସିନ ଦ୍ବାରା ରକ୍ତ ନେଉଥିବା କେବଳ ଶ୍ବାସନଳୀ ସମ୍ବନ୍ଧୀୟ ରୋଗୀ କୋରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିଲେ । କିନ୍ତୁ ଯେଉଁମାନେ ଅନ୍ୟ ରୋଗରେ ଆକ୍ରାନ୍ତ ମଧ୍ୟ ଥିଲେ ଏବଂ ରକ୍ତ ନେଉଥିଲେ ସେମାନେ ଏଥିରୁ ଲାଭବାନ ହୋଇନଥିଲେ । ଏହାସହ 65 ବର୍ଷ ତଳକୁ ଥିବା ଲୋକଙ୍କୁ ଏଥିରୁ ମଧ୍ୟ ଉପକାର ମିଳିଥିଲା । ହେଲେ ଯିଏ କୋରୋନା ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ସେମାନଙ୍କୁ ଏଥିରୁ କିଛି ଉପକାର ମିଳିନଥିଲା । ତେବେ ଏହି ପରୀକ୍ଷାର ସମ୍ପୂର୍ଣ୍ଣ ସଫଳତା ଉପରେ ରିସର୍ଚ୍ଚର ଟିମ୍ ଏବେ ବି ଗବେଷଣା କରୁଛନ୍ତି । ସେମାନଙ୍କ ଅନୁସାରେ ଏହା ଗୁରୁତର ଅବସ୍ଥାରେ ଥିବା କୋରୋନା ରୋଗୀଙ୍କୁ ସାମାନ୍ୟ ଅବସ୍ଥାକୁ ଆଣିପାରେ ହେଲେ ପୁରା ସୁସ୍ଥ କରିବାର କୌଣସି ସମ୍ଭାବନା ନାହିଁ ।

ABOUT THE AUTHOR

...view details