ନୂଆଦିଲ୍ଲୀ: ଚନ୍ଦ୍ରଯାନ-3 ଟିମରେ କାମ କରିବେନି ବୈଜ୍ଞାନିକ ଏମ ବନିତା । ଏହିଭଳି ଏକ ବଡ ନିଷ୍ପତ୍ତି ନେଇଛି ଇସ୍ରୋ । ଏହା ପୂର୍ବରୁ ଚନ୍ଦ୍ରଯାନ-2 ମିଶନ ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ ବନିତା । ଇସ୍ରୋ ସାଇଣ୍ଟିଷ୍ଟ ଏମ ବନିତାଙ୍କ ବଦଳରେ ପି ବିରାମୁତୁବେଲଙ୍କୁ ଟିମର ଦାୟିତ୍ବ ଭାର ସମ୍ଭାଳିବା ନେଇ ନିଷ୍ପତ୍ତି ହୋଇଛି ।
ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରଯାନ-3କୁ ରିତୁ କରିଧାଲ ଲିଡ କରିବେ । ଏହା ପୂର୍ବରୁ ଚନ୍ଦ୍ରଯାନ-2 ମିଶନକୁ ମଧ୍ୟ ଲିଡ କରିସାରିଛନ୍ତି । ତେବେ ଭାରତର ଚନ୍ଦ୍ରଯାନ-2 ମିଶନ ସଫଳ ହୋଇପାରିନଥିଲା । ଚନ୍ଦ୍ରଯାନ-2 ସହିତ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ସଫଳ ଲ୍ୟାଣ୍ଡିଂ ହୋଇପାରିନଥିଲା । ତେବେ ବନିତାଙ୍କ ବଦଳି ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ କାରଣ ଦର୍ଶାଯାଇନାହିଁ ।