ଓଡିଶା

odisha

ETV Bharat / bharat

ୟୁପିର ନକଲି ମଦ କାରବାରରେ ଲାଗିବ ରୋକ, ଆସିବ ନୂଆ ଅବକାରୀ ନୀତି - takes big step to grip on fake liquor business

ପ୍ରତିବର୍ଷ ବିଶାକ୍ତ ମଦ ବିକ୍ରି ଯୋଗୁଁ ଅନେକ ଜୀବନ ହାନୀ ହେବା ସହ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବ ହ୍ରାସ ହେଉଛି । ଯାହାକୁ ରୋକିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛି ।

ୟୁପିର ନକଲି ମଦ କାରବାର ଉପରେ ଲାଗିବ ରୋକ
ୟୁପିର ନକଲି ମଦ କାରବାର ଉପରେ ଲାଗିବ ରୋକ

By

Published : Oct 11, 2020, 8:12 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚାଲୁଥିବା ନକଲି ମଦ କାରବାରରେ ରୋକ ଲଗାଇବ ନୂଆ ଅବକାରୀ ନୀତି । ପ୍ରତିବର୍ଷ ବିଶାକ୍ତ ମଦ ବିକ୍ରି ଯୋଗୁଁ ଅନେକ ଜୀବନ ହାନୀ ହେବା ସହ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବ ହ୍ରାସ ହେଉଛି । ଯାହାକୁ ରୋକିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛି ।

ଯାହା ମାଧ୍ୟମରେ ରାଜ୍ୟରେ ନିର୍ମିତ ପ୍ରତ୍ୟେକ ମଦ ବୋତଲକୁ ଟ୍ରାକ ଆଣ୍ଡ ଟ୍ରେସ କରାଯାଇପାରିବ । ଗୋଟିଏ ପଟେ ଏହି ନୂଆ ଅବକାରୀ ନୀତି ଦ୍ବାରା ସରକାରଙ୍କ ରାଜସ୍ବ କ୍ଷତିକୁ ରୋକିବା ସହ ଅନ୍ୟପକ୍ଷରେ ପ୍ରଦେଶରେ ଚାଲିଥିବା ନକଲି ମଦ ବ୍ୟବସାୟ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରିବ ।

ଯାହାକୁ ନେଇ ୟୁପି ଅବକାରୀ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ସଞ୍ଜୟ ଆର ଭୁସ୍ରେଡି କହିଛନ୍ତି ଯେ, ପ୍ରଥମଥର ପାଇଁ ରାଜ୍ୟରେ ଲୋକଙ୍କୁ ଏହାଦ୍ବାରା ବିଶୁଦ୍ଧ ମଦ ଯୋଗାଇବ । ଏହି ନୂଆ ଅବକାରୀ ନୀତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମଧ୍ୟ ପାରତ ହୋଇସାରିଛି। ଏହି ବ୍ୟବସ୍ଥା ଅଧୀନରେ ବିନା ଅବକାରୀ ବିଭାଗ ଅଗୋଚରରେ ପଞ୍ଜାବ ଏବଂ ହରିୟାଣାରୁ ଆସୁଥିବା ବେଆଇନ ମଦ ମଧ୍ୟ ରୋକାଯାଇ ପାରିବ ।

ABOUT THE AUTHOR

...view details