ଲକ୍ଷ୍ନୌ: ତେଜସ ଟ୍ରେନକୁ ଝଟକା । କୋରୋନା ମହାମାରୀ ମଧ୍ୟରେ ଦୀର୍ଘ 7 ମାସ ପରେ ତେଜସ ଟ୍ରେନ ଟ୍ରାକରେ ଗଡିଥିଲା। ମାତ୍ର ଆଶା ଅନୁଯାୟୀ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରୁନଥିବାରୁ ଆଇଆରସିଟିସିକୁ ବଡ ଝଟକା ଲାଗିଛି ।
ଅକ୍ଟୋବର 17ରେ ତେଜସ ଟ୍ରେନ ଚଳାଚଳ କରିଥିଲା । ପର୍ବପର୍ବାଣୀ ଥିବାରୁ ଏହି ଟ୍ରେନରେ ବହୁ ସଂଖ୍ୟକ ଯାତ୍ରୀ ଯାତାୟତ କରିବା ନେଇ ଆଇଆରସିଟିସି ଆଶାବାଦୀ ଥିଲା । ମାତ୍ର ବର୍ତ୍ତମାନ ମାତ୍ର 25 ରୁ 30 ପ୍ରତିଶତ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରୁଛନ୍ତି । ଯାହା ଆଇଆରସିଟିସିକୁ ଏକ ବଡ ଝଟକା ।