ଲକ୍ଷ୍ନୌ: କୋରୋନା ସଂକ୍ରମଣରୁ ଲୋକଙ୍କୁ ଦୂରରେ ରଖିବାକୁ ଏବଂ ଲକଡାଉନ କଟକଣାକୁ କଡାକଡି ସହ ପାଳନ କରିବାକୁ ଉତ୍ତରପ୍ରଦେଶ ସରକାର ଲଗାତାର ଭାବେ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଆଉ ଏକ ନୂଆ ନିୟମ ଆଣିଛନ୍ତି । ଯଦି ରାଜ୍ୟରେ କୌଣସି ବ୍ୟକ୍ତି ମାସ୍କ ବିନା ଧରାପଡନ୍ତି, ତେବେ ତାଙ୍କୁ 100 ଟଙ୍କା ଫାଇନ ଗଣିବାକୁ ପଡିବ । ଏଥିସହ 10 ଟଙ୍କାରେ ତାଙ୍କୁ 2ଟି ମାସ୍କ ମଧ୍ୟ ଦିଆଯିବ ।
ମାସ୍କ ନ ପିନ୍ଧିଲେ ୟୁପିରେ କଟିବ 100 ଟଙ୍କା ଚାଲାଣ, 10 ଟଙ୍କାରେ ମିଳିବ 2ଟି ମାସ୍କ - କୋରୋନା ଭାଇରସ
ଉତ୍ତରପ୍ରଦେଶ ସରକାର ଏକ ନୂଆ ନିୟମ ଆଣିଛନ୍ତି । ଯଦି ରାଜ୍ୟରେ କୌଣସି ବ୍ୟକ୍ତି ମାସ୍କ ବିନା ଧରାପଡନ୍ତି, ତେବେ ତାଙ୍କୁ 100 ଟଙ୍କା ଫାଇନ ଗଣିବାକୁ ପଡିବ । ଏଥିସହ 10 ଟଙ୍କାରେ ତାଙ୍କୁ 2ଟି ମାସ୍କ ମଧ୍ୟ ଦିଆଯିବ ।
ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗୃହ ଓ ସୂଚନା ଅବନୀଶ କୁମାର ଅୱସ୍ତି କହିଛନ୍ତି ଯେ କୋରୋନା ଲକଡାଉନ ସମୟରେ ମାସ୍କର ବ୍ୟବହାର ନକରି ବର୍ତ୍ତମାନ ସୁଦ୍ଧା 13 ହଜାରରୁ ଅଧିକ ଲୋକ ତଣ୍ଡ ଗଣି ସାରିଛନ୍ତି । ଧାରା 188ରେ 58,436 ଜଣ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ସେହିପରି ଯାଞ୍ଚ ସମୟରେ 22 କୋଟି 21 ଲକ୍ଷ 42 ହଜାର 851 ଟଙ୍କା ଆଦାୟ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅତ୍ୟାବଶ୍ୟକ ସେବା ପାଇଁ ମୋଟ 2 ଲକ୍ଷ 66 ହଜାର 817 ଗାଡିକୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଲକଡାଉନ ସମୟରେ ମେ 26 ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରୁ 21 ଲକ୍ଷରୁ ଅଧିକ ଲୋକ ୟୁପିକୁ ଆସିଥିବା ନେଇ ସୂଚନା ରହିଛି ।