ଓଡିଶା

odisha

ଲଜ୍ଜାରୁ ବର୍ତ୍ତିବା ପାଇଁ ନାବାଳିକାର ଆତ୍ମହତ୍ୟା, ଜଣେ ଫେରାର

ଉତ୍ତରପ୍ରଦେଶର ଫତେହପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଲଜ୍ଜା ଭୟରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ବେଳେ ଜଣେ ଫେରାର ଅଛି। ଅଧିକ ପଢନ୍ତୁ...

By

Published : Nov 6, 2019, 8:24 PM IST

Published : Nov 6, 2019, 8:24 PM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫତେହପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଲଜ୍ଜାରୁ ବର୍ତ୍ତିବା ପାଇଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏ ଘଟଣା ସମ୍ବେଦନଶୀଳ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ ହୋଇଥିବା ଜଣାପଡ଼ିଛି।

ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲା ଗାଜୀପୁର ଥାନା ଅଞ୍ଚଳରେ ଏକ ଗ୍ରାମରେ ଅସଂଯତ ଅବସ୍ଥାରେ ଏକ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀ ଧରିନେଇଥିଲେ । ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ନାବାଳିକା ତା’ର ଘରେ ନିଜର ପ୍ରେମିକଙ୍କ ସହିତ ଅସଂଯତ ଅବସ୍ଥାରେ ରହିଥିଲା । ନାବାଳିକା ଓ ତାର ପ୍ରେମିକ ଦୁଇଟି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି।

ଉଭୟଙ୍କୁ ଧରିବା ପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିଲା । ସେପଟେ ନାବାଳିକାର ପ୍ରେମିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରିଥିଲା । ଏହା ସହିତ ଫେରାର ନାବାଳକକୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛି।

ସେପଟେ ଏହି ଘଟଣା ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ କରାଯାଇଛି । ଏହା ସହିତ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details