ଓଡିଶା

odisha

ETV Bharat / bharat

ନିକିତା ହତ୍ୟା ମାମଲା: ଲଭ ଜିହାଦ ଦିଗକୁ ନେଇ ଯାଞ୍ଚ କରିବ SIT - ନିକିତା ହତ୍ୟା ମାମଲା

ହରିୟାଣାର ଛାତ୍ରୀ ନିକିତା ହତ୍ୟା ମାମଲାକୁ ନେଇ ନାରାଜ ଅଛନ୍ତି ଖଟ୍ଟର ସରକାର । ତେବେ ବର୍ତ୍ତମାନ ମାମଲାରେ ଏସଆଇଟି ଲଭ ଜିହାଦର ଦିଗକୁ ନେଇ ମଧ୍ୟ ଯାଞ୍ଚ କରିବ ।

ନିକିତା ହତ୍ୟା ମାମଲା: ଲଭ ଜିହାଦ ଦିଗକୁ ନେଇ ଯାଞ୍ଚ କରିବ SIT
ନିକିତା ହତ୍ୟା ମାମଲା: ଲଭ ଜିହାଦ ଦିଗକୁ ନେଇ ଯାଞ୍ଚ କରିବ SIT

By

Published : Oct 28, 2020, 8:55 PM IST

ଚଣ୍ଡିଗଡ: ହରିୟାଣାର ଛାତ୍ରୀ ନିକିତା ହତ୍ୟା ମାମଲାକୁ ନେଇ ନାରାଜ ଅଛନ୍ତି ଖଟ୍ଟର ସରକାର । ମଙ୍ଗଳବାର ଘଟଣାରେ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ । ତେବେ ବର୍ତ୍ତମାନ ମାମଲାରେ ଏସଆଇଟି ଲଭ ଜିହାଦର ଦିଗକୁ ନେଇ ମଧ୍ୟ ଯାଞ୍ଚ କରିବ ।

ସେହିପରି 2018ରେ ନିକିତାଙ୍କ ହୋଇଥିବା ଅପହରଣକୁ ନେଇ ମଧ୍ୟ ଯାଞ୍ଚ ହେବ । ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ଅଭିଯୁକ୍ତଙ୍କ ସମ୍ପର୍କୀୟ କଂଗ୍ରେସ । ତେବେ 2018ରେ କଂଗ୍ରେସ ପକ୍ଷରୁ ପରିବାର ଉପରେ ଚାପ ପକାଇ ଏତଲା ପ୍ରତ୍ୟାହାର କରାଇଯାଇଥିବା ଅନୀଲ ସନ୍ଦେହ କରିଛନ୍ତି ।

ଅନ୍ୟପକ୍ଷେ ଯେଭିଳି ଭାବରେ ଝିଅକୁ ହତ୍ୟା କରାଯାଇଛି, ସେଭଳି ଭାବରେ ଅଭିଯୁକ୍ତଙ୍କ ଏନକାଉଣ୍ଟର କରାଯାଉ ବୋଲି ନିକିତାଙ୍କ ପରିବାର ବର୍ଗ ଦାବି କରିଛନ୍ତି । 20 ବର୍ଷ ପର୍ଯ୍ୟନ୍ତ ଝିଅକୁ ଲାଳନପାଳନ କରି ସାରିବା ପରେ ଯଦି ଏଭଳିଭାବରେ ତାର ହତ୍ୟା କରାଯାଏ, ତାହେଲେ ଆମେ ଝିଅ କାହିଁକି ଜନ୍ମ କରିବୁ ବୋଲି ପ୍ରଶ୍ନ କରିଛନ୍ତି ପରିବାର ବର୍ଗ ।

ସୋମବାର ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ କଲେଜରୁ ବାହାରକୁ ଆସୁଥିବା ସମୟରେ 2 ଦୁବୃର୍ତ୍ତ କାରରେ ଆସି ତାଙ୍କୁ ଜବରଦସ୍ତ ବସାଇବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣଙ୍କ କାରରେ ବସିବାକୁ ମନା କରିବାରୁ 2 ଅଭିଯୁକ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ମୃତ ଛାତ୍ରୀ ଜଣଙ୍କ ଯୁକ୍ତ 3 ବାଣିଜ୍ୟ ଛାତ୍ରୀ ଥିଲେ । ପୋଲିସ ଏହି ଘଟଣାରେ ତତ୍ପରତା ପ୍ରକାଶ କରି 2 ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ମାମଲାରେ ଗିରଫ 2 ଅଭିଯୁକ୍ତ ତୌସିଫ ଓ ରେହାନକୁ ପୋଲିସ ରିମାଣ୍ଡରେ ପଠାଇଦେଇଛନ୍ତି କୋର୍ଟ ।

ଏହାପୂର୍ବରୁ 2018ରେ ମଧ୍ୟ ନିକିତାଙ୍କୁ ଅପହରଣ କରିଥିଲେ ଏହି ଦୁଇଜଣ ଅଭିଯୁକ୍ତ । ତେବେ ମୁଖ୍ୟ ଅଭିଯୁକ୍ତ ତୌସିଫ ହରିୟାଣାର ଜଣେ କଂଗ୍ରେସ ବିଧାୟକଙ୍କ ସମ୍ପର୍କୀୟ ହୋଇଥିବା ଜଣାପଡିଛି । ତେବେ ଏହି ହତ୍ୟା ମାମଲା ଏବେ ଲଭ ଜିହାଦର ରୂପ ନେବା ପରି ଅନୁମାନ କରାଯଉଛି ।

ABOUT THE AUTHOR

...view details