ହାଇଦ୍ରାବାଦ: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଜିଭ ସେତେ ଖସୁଛି । ପ୍ରତିଦିନ କୌଣସି ନା କୌଣସି ନେତା ନିଜ ବିବାଦୀୟ ବୟାନ ଯୋଗୁଁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ରାଜନୈତିକ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓ୍ବୱେସି। ମୋଦି ଏବଂ ନିତିଶଙ୍କ ସମ୍ପର୍କକୁ ଲୈଲା-ମଜନୁଙ୍କ ସମ୍ପର୍କ ସହ ତୁଳନା କରିଛନ୍ତି ସେ ।
'ଲୈଲା-ମଜନୁଙ୍କ ସମ୍ପର୍କଠୁ ନିବିଡ ମୋଦି-ନିତିଶଙ୍କ ସମ୍ପର୍କ' - ମୋଦି
ମୋଦି ଏବଂ ନିତିଶ କୁମାରଙ୍କ ରାଜନୈତିକ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓବିସି। ମୋଦି ଏବଂ ନିତିଶଙ୍କ ସମ୍ପର୍କକୁ ଲୈଲା-ମଜନୁଙ୍କ ସମ୍ପର୍କ ସହ ତୁଳନା କରିଛନ୍ତି ସେ।
ମୋଦି ଏବଂ ନିତିଶଙ୍କ ସମ୍ପର୍କ ଲୈଲା-ମଜନୁ ଭଳି। ଏହି ଦୁହିଁଙ୍କ ପ୍ରେମ କାହାଣୀ ଇତିହାସରେ ଉଲ୍ଲେଖ କରାଯିବ। କିନ୍ତୁ ସେଥିରେ ପ୍ରେମର ବାର୍ତ୍ତା ନଥିବ, ଥିବ ତ କେବଳ ହିଂସା ଏବଂ ଘୃଣାର ବାର୍ତ୍ତା। ଯେବେ ଯେବେ ଏମାନେ ସାଥିରେ ଆସିଛନ୍ତି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି ହୋଇଥିବା ସେ କହିଛନ୍ତି ।
ବିହାରର ମୁସଲିମ ବହୁଳ ଅଞ୍ଚଳ କିଶାନଗଞ୍ଜରେ ଏକ ଜନସଭାକୁ ସମ୍ବୋଧିତ କରି ଓ୍ବୱେସି କହିଛନ୍ତି, ମୋଦି ଏବଂ ନିତିଶଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଖୁବ୍ ମଜବୁତ। ଲୈଲା-ମଜନୁଙ୍କ ସମ୍ପର୍କଠୁ ବି ଅଧିକ ନିବିଡ ଏ ଦୁହିଁଙ୍କ ସମ୍ପର୍କ । ତେବେ ଏଥିରେ ଲୈଲା କିଏ ଏବଂ ମଜନୁ କିଏ ତାହା ଦେଶର ଜନତା ନିଷ୍ପତି ନେବେ ବୋଲି ସେ କହିଛନ୍ତି ।