ଥିରୁଅନନ୍ତପୁରମ: କୋରୋନା କଟକଣାରେ ଖୋଲିଲା କେରଳ ସାବରିମାଲାର ସ୍ବାମୀ ଆୟପ୍ପା ମନ୍ଦିର । ମାସିକ ପୂଜା ପାଇଁ ରବିବାର ମନ୍ଦିର ଖୋଲାଯାଇଛି । ଚିଙ୍ଗମ ମାଲାୟଲମ ମାସରେ ମାସିକ 5 ଦିନ ପୂଜା ପାଇଁ ମନ୍ଦିର ଖୋଲା ରହିବ । ତେବେ ଭକ୍ତ ପ୍ରବେଶ ଉପରେ କୋଭିଡ-19 ପ୍ରୋଟୋକଲ ଅନୁଯାୟୀ ନିଷେଧ ରଖାଯାଇଛି ।
ଅଗଷ୍ଟ 21 ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲା ରହିବ ଏବଂ କେବଳ ସାଧାରଣ ରୀତିନୀତି କରାଯିବ ବୋଲି ତ୍ରାଭାନକୋର ଦେବସ୍ୱମ ବୋର୍ଡ (ଟିଡିବି) କହିଛି। ତେବେ, COVID-19 ମହାମାରୀକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ଅନୁମତି ଦିଆଯିବ ନାହିଁ |