ଓଡିଶା

odisha

By

Published : Feb 9, 2020, 8:17 PM IST

ETV Bharat / bharat

ଘଟିଲା ପ୍ରତୀକ୍ଷାର ଅନ୍ତ, କେରଳ ବନ୍ୟା ପୀଡିତଙ୍କୁ ମିଳିଲା 121 ଘରର ଚାବି

ବନ୍ୟା ପୀଡିତଙ୍କ ପାଇଁ ଅନେକ ସହାୟତା ମିଳିଛି ସତ ହେଲେ ରାମୋଜୀ ଗ୍ରୁପର ନିଆରା ଉଦ୍ୟମ ଆଜି ବାସହରାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇଛି । ଏହା ବାସ୍ତବରେ ପ୍ରଶଂସନୀୟ ।

kerala flood affected recieved keys of 121 houses, kerala latest news, ramoji group  helps kerala flood, kerala flood, କେରଳ ବନ୍ୟା, କେରଳ ବନ୍ୟା ପୀଡିତଙ୍କୁ ରାମୋଜୀ ଗ୍ରୁପର ସହାୟତା, କେରଳ ବନ୍ୟା ପୀଡିତଙ୍କୁ ମିଳିଲା 121 ଘରର ଚାବି, କେରଳ ଲାଟେଷ୍ଟ ନ୍ୟୁଜ୍‌
ଘଟିଲା ପ୍ରତୀକ୍ଷାର ଅନ୍ତ, କେରଳ ବନ୍ୟା ପୀଡିତଙ୍କୁ ମିଳିଲା 121 ଘରର ଚାବି

ଥିରୁଅନନ୍ତପୁରମ: ଘଟିଛି ପ୍ରତୀକ୍ଷାର ଅନ୍ତ । ଦୀର୍ଘ ଦିନ ପରେ ଦୁଃଖୀ ମୁହଁରେ ଫୁଟିଛି ହସ । ମିଳିଛି ରହିବା ପାଇଁ ଛାତ । ଏ ହେଉଛି କେରଳରେ ରବିବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଦୃଶ୍ୟ । ଯେଉଁଥିରେ କେରଳ ବନ୍ୟା ପୀଡିତଙ୍କୁ ହସ୍ତାନ୍ତର କରାଯାଇଛି ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଘରର ଚାବି । ଇନ୍ନାଡୁ- ରାମୋଜୀ ଗ୍ରୁପ ଦ୍ବାରା କେରଳ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ସଂଗୃହୀତ ପାଣ୍ଠିରୁ ପ୍ରସ୍ତୁତ 121ଟି ଘର ଏବେ ଏହି ପୀଡିତଙ୍କୁ ମିଳିଛି ।

ଘଟିଲା ପ୍ରତୀକ୍ଷାର ଅନ୍ତ, କେରଳ ବନ୍ୟା ପୀଡିତଙ୍କୁ ମିଳିଲା 121 ଘରର ଚାବି

ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସମେତ ଅନେକ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମରେ ଉଦବୋଧନ ଦେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ବିଜୟନ ରାମୋଜୀ ଗ୍ରୁପକୁ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ବନ୍ୟା ପୀଡିତଙ୍କ ପାଇଁ ଅନେକ ସହାୟତା ମିଳିଛି ସତ ହେଲେ ରାମୋଜୀ ଗ୍ରୁପର ନିଆରା ଉଦ୍ୟମ ଆଜି ବାସହରାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇଛି । ଏହା ବାସ୍ତବରେ ପ୍ରଶଂସନୀୟ । ଏଥିସହ ଆଗାମୀ ଦିନରେ ମଧ୍ୟ କେରଳ ସରକାର ବିଭିନ୍ନ ଗଠନାତ୍ମକ ପ୍ରକଳ୍ପରେ ରାମୋଜୀ ଗ୍ରୁପର ସହାୟତା ଆଶା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details