ନୂଆଦିଲ୍ଲୀ:ସାରା ଦେଶ ଏବେ ମହାମାରୀ କୋରୋନାକୁ ନେଇ ବ୍ୟସ୍ତ ବିବ୍ରତ ଓ ଚିନ୍ତିତ । ଏହି ମାରାତ୍ମକ ଭୂତାଣୁ ସହ ଦେଶବାସୀ ବୀରତ୍ବର ସହ ଲଢେଇ କରୁଛନ୍ତି । ସମ୍ମୁଖ ଯୁଦ୍ଧରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ଥିବାବେଳେ ତାଙ୍କ ପଛକୁ ରହିଛନ୍ତି ସମସ୍ତ ଜରୁରୀ ସେବାର ଅଧିକାରୀ ଓ କର୍ମଚାରୀ ମାନେ । ଯୁଦ୍ଧର ଶେଷ ଧାଡିରେ ଅଛନ୍ତି ସମଗ୍ର ଦେଶବାସୀ ।
କୋରୋନା ମୁକାବିଲା; କୋଟିଏ ଲେଖାଏଁ ଖର୍ଚ୍ଚ କରିବାକୁ ଲୋକସଭା ବାଚସ୍ପତିଙ୍କ ଅନୁରୋଧ - ଲୋକସଭା ବାଚସ୍ପତିଙ୍କ ଅନୁରୋଧ
କୋରୋନା ମୁକାବିଲା ପାଇଁ ସମସ୍ତ ସାଂସଦ ମାନେ ଆଗେଇ ଆସିବାକୁ ଅନୁରୋଧ କଲେ ଲୋକସଭା ବାଚସ୍ପତି ଓମ ବିର୍ଲା । କଣ ଅନୁରୋଧ କଲେ ବାଚସ୍ପତି ପଢନ୍ତୁ ସମ୍ପୂର୍ଣ୍ଣ ଖବର...
Lok Sabha Speaker Om Birla
କୋରୋନାକୁ ଯେକୌଣସି ମତେ ମାତ ଦେବାପାଇଁ ସମସ୍ତେ ପ୍ରତିଶୃତିବଦ୍ଧ । ଏହି ଲଢେଇ ପାଇଁ ଯେତେ ଅର୍ଥ ଖର୍ଚ୍ଚ ହେଲେ ମଧ୍ୟ ଦେଶବାସୀ ଭରଣା କରିବାକୁ ପ୍ରସ୍ତୁତ ଅଛନ୍ତି । ଯେଉଁଥି ପାଇଁ ଏବେ ସରକାରୀ ରିଲିଫ ଫଣ୍ଡକୁ ଦାନ ଆସିବାରେ ଲାଗିଛି । ଏହାବାଦ ଆଜି( ଶନିବାର) ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ଅତି କମରେ ଏକ କୋଟି ଲେଖାଏଁ ସେମାନଙ୍କ ସାଂସଦ ପାଣ୍ଠିରୁ କୋରୋନା ଭାଇରସ ଲଢେଇରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ