ଓଡିଶା

odisha

ETV Bharat / bharat

ହରିୟାଣାରେ କାମ ଦେବନି ମେଣ୍ଟ : ମନୋହର ଲାଲ ଖଟ୍ଟର

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧିନ ଆମ ଆଦମୀ ପାର୍ଟି ଦିଲ୍ଲୀରେ କଂଗ୍ରେସ ଦଳ ସହ ମେଣ୍ଟ କରିବାକୁ ବିଫଳ ହେବାପରେ ଏବେ ହରିୟାଣାରେ ଦଳ ମେଣ୍ଟ କରିବାରେ ସଫଳ ହୋଇଛି ।

By

Published : Apr 13, 2019, 12:40 PM IST

ଫାଇଲ ଫଟୋ

ଚଣ୍ଡିଗଡ: ସାଧାରଣ ନିର୍ବାଚନ 2019 ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦେଶର ରାଜନୀତିରେ ଆହୁରି ଉତ୍କଣ୍ଠା ବଢିଯାଇଛି । ଏନଡିଏକୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସ ଓ ଅନ୍ୟ ଛୋଟ ଛୋଟ ଦଳ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ପଟେ ଶାସକ ବିଜେପି ସବୁ ବିରୋଧୀଙ୍କୁ ଏକୁଟିଆ ମୁକାବିଲା କରୁଥିବା ବେଳେ ଅନ୍ୟ ବିରୋଧୀ ଦଳ ନିଜ ନିଜ ଭିତରେ ମେଣ୍ଟ କରି ବିଜେପିକୁ ମାତ ଦେବାକୁ କମର କସୁଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧିନ ଆମ ଆଦମୀ ପାର୍ଟି ଦିଲ୍ଲୀରେ କଂଗ୍ରେସ ଦଳ ସହ ମେଣ୍ଟ କରିବାକୁ ବିଫଳ ହେବାପରେ ଏବେ ହରିୟାଣାରେ ଦଳ ମେଣ୍ଟ କରିବାରେ ସଫଳ ହୋଇଛି ।

ସୂଚନା ମୁତାବକ, ହରିୟାଣରେ ‘ଜନନାୟକ ଜନତା ପାର୍ଟି ଓ ଆମ୍ ଆଦମୀ ପାର୍ଟି’ ମଧ୍ୟରେ ବୁଝାମଣା ହୋଇଛି । ଏହି ଦୁଇଦଳ ହରିୟାଣାରେ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବେ । ଏହି ଦୁଇ ଦଳର ମେଣ୍ଟକୁ ନେଇ ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉଭୟ ଦଳକୁ ତେରେଛା ବାଣ ମାରି ଜୋରଦାର ହମଲା କରିଛନ୍ତି । ମନୋହର କହିଛନ୍ତି 'ମୁଁ ଶୁଣିଛି ହରିୟାଣାରେ ‘ଝାଡୁ ଓ ଚପଲ’ ମିଶିଯାଇଛନ୍ତି କିନ୍ତୁ ଏହା ଉଭୟ ଦଳ ପାଇଁ ବୁମେରାଂ ହେବ' ।


ମନୋହର ଆହୁରି କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ବର୍ତ୍ତମାନ ରାଜ୍ୟରେ ଜୋରସୋର ରାଜନୀତି ଆରମ୍ଭ ହୋଇଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ହରିୟାଣାର ହାଂସି ଠାରେ ଏକ ରୋଡ ଶୋ କରି କହିଛନ୍ତି ଯେ, ଝାଡୁ ଚପଲ ଯେତେ ମେଣ୍ଟ କରିବା କଥା କରି ନିଅନ୍ତୁ, ଏହା ସତ ଯେ, ଚଳିତ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର 10 ଗୋଟି ଲୋକସଭା ଆସନରୁ ସମସ୍ତ ଦଶ ଗୋଟି ଆସନରେ ବିଜୟୀ ହେବ ।

ABOUT THE AUTHOR

...view details