ଓଡିଶା

odisha

ETV Bharat / bharat

ଦିଦି, ନାଇଡୁଙ୍କୁ କମିଶନ ଛାଟ, ରାତିଅଧିଆ ବଦଳିଲେ ଅଫିସର - TMC

ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଥିବା ଅନିଲ ଚନ୍ଦ୍ର ପୁନେଠାଙ୍କୁ ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ହଟାଇ ତାଙ୍କ ସ୍ଥାନରେ 1983 ବ୍ୟାଚର ଆଇଏଏସ ବ୍ୟାଚର ଏଲବି ସୁବ୍ରମଣ୍ୟମଙ୍କୁ ଆନ୍ଧ୍ରର ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି ନିର୍ବାଚନ କମିଶନ ।

ଫାଇଲ ଫଟୋ

By

Published : Apr 6, 2019, 9:47 AM IST


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ଓ ଆନ୍ଧ୍ର ସରକାରଙ୍କୁ ମାରିଛନ୍ତି ଶକ୍ତ ଚାପୁଡା । ଏହି ଦୁଇ ରାଜ୍ୟର ଅନେକ ଅଫିସରଙ୍କୁ ଆୟୋଗ ରାତିଅଧିଆ ପରିବର୍ତ୍ତନ କରିଛନ୍ତି । ଇସିଙ୍କ ଏହି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଦୁଇ ରାଜ୍ୟର ସରକାର ।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କମିଶନ ଲେଖିଥିବା ଏକ ପତ୍ର ଅନୁସାରେ ରାଜ୍ୟ ପ୍ରଦୁଷଣ ବୋର୍ଡର ଏଡିଜି ଡାଃ ରାଜେଶ କୁମାରଙ୍କୁ କୋଲକାତାର ନୂତନ ପୋଲିସ ଆୟୁକ୍ତ କରାଯାଇଛି । ସେହିପରି ବିଧାନନଗରର ପୋଲିସ ଆୟୁକ୍ତ ଭାବେ ଆଇଜିପି ନଟରାଜନ ରମେଶ ବାବୁଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିଧାନନଗରର ଡିସି ଥିବା ରବିନ୍ଦ୍ରନାଥଙ୍କୁ ବୀରଭୂମିର ନୂଆ ପୋଲିସ ଅଧିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ଇସି । ଏହାସହ ତୃତୀୟ ବାଟାଲିୟନରେ ଡିସିଥିବା କେଏପି ଶ୍ରୀହରୀ ପାଣ୍ଡେଙ୍କୁ ଡାଇମଣ୍ଡ ହାର୍ବର ପୋଲିସ ଅଧିକ୍ଷକ କରାଯାଇଛି ।

ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଥିବା ଅନିଲ ଚନ୍ଦ୍ର ପୁନେଠାଙ୍କୁ ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ହଟାଇ ତାଙ୍କ ସ୍ଥାନରେ 1983 ବ୍ୟାଚର ଆଇଏଏସ ଅଫିର ଏଲବି ସୁବ୍ରମଣ୍ୟଙ୍କୁ ଆନ୍ଧ୍ରର ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି ନିର୍ବାଚନ କମିଶନ । ଏପରିକି ଅନିଲ ଚନ୍ଦ୍ର ପୁନେଠାଙ୍କୁ ଚଳିତ ନିର୍ବାଚନରେ ରାଜ୍ୟରେ ନିର୍ବାଚନ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ନିଯୁକ୍ତି ନଦେବା ପାଇଁ ଆୟୋଗ କଡା ନିର୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ପଦରୁ ହଟାଇବାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ସିଧା କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ତାଙ୍କୁ(ଏନ ଚନ୍ଦ୍ରବାବୁ ନାଇଡୁ)ଙ୍କୁ ଗିରଫ କରିବାକୁ ଆହ୍ବାନ ଦେଇଛନ୍ତି । ଏହାସହ କେଉଁ କାରଣ ପାଇଁ ମୁଖ୍ୟ ଶାସନ ସଚିବ ଅନିଲ ଚନ୍ଦ୍ର ପୁନେଠାଙ୍କୁ ପରିବର୍ତ୍ତନ କରାଗଲା ସେ ଜାଣିବାକୁ ଚାହିଁଛନ୍ତି ।

ABOUT THE AUTHOR

...view details