ଓଡିଶା

odisha

ETV Bharat / bharat

ଷଷ୍ଠ ପର୍ଯ୍ୟାୟ ମତଦାନ: ଭୋଟ ଦେଉଛନ୍ତି ହେଭିୱେଟ୍‌

ଆରମ୍ଭ ହୋଇଛି ୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ । 7ଟି ରାଜ୍ୟର ୫୯ଟି ଆସନ ପାଇଁ ଏଥିରେ ମତଦାନ ହେଉଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଜାତୀୟ ରାଜନୀତିର ତଥା ବିଭିନ୍ନ ଦଳର ବଡ଼ ନେତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି ।

By

Published : May 12, 2019, 12:13 PM IST

Updated : May 12, 2019, 2:45 PM IST

ଫଟୋ ସୌଜନ୍ୟ: ଏନଏଆଇ

ନୂଆଦିଲ୍ଲୀ: ରବିବାର ଷଷ୍ଠ ପର୍ଯ୍ୟାୟରେ 7ଟି ରାଜ୍ୟର ୫୯ଟି ଆସନ ପାଇଁ ଏଥିରେ ମତଦାନ ହେଉଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଜାତୀୟ ରାଜନୀତିର ତଥା ବିଭିନ୍ନ ଦଳର ବଡ଼ ନେତାମାନେ ସେମାନଙ୍କର ମତଦାଧିକାର ସାବ୍ୟସ୍ତ କରୁଛନ୍ତି । ଗଣତନ୍ତ୍ରର ମହାପର୍ବରେ ହେଭିୱେଟ ନେତା ଭୋଟ ଦେବା ସହ ଅନ୍ୟ ମାନଙ୍କୁ ଭୋଟ ଦେବା ପାଇଁ ଅପିଲ ମଧ୍ୟ କରୁଛନ୍ତି । ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି, ୭ ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୦.୫୭% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।


ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସିଭିଲ୍‌ ଲାଇନ୍‌ ସ୍ଥିତ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ହରିୟଣାର ସୋନିପତ ଆସନରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭୁପିନ୍ଦର ସିଂ ହୁଡା ରୋହତକ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦିପେନ୍ଦ୍ରର ସିଂହ ହୁଡା, ରୋହତକ ସ୍ଥିତ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ବରିଷ୍ଠ ସିପିଆଇ (ଏମ୍) ନେତା ପ୍ରକାଶ କରାତ ନୂଆଦିଲ୍ଲୀର ସଞ୍ଚାର ଭବନ ପୋଲିଂ ବୁଥରେ ନିଜ ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କର୍ଣ୍ଣାଲରେ ବୁଥ୍‌ରେ ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ସେହିପରି ଆମ ଆଦମୀ ପାର୍ଟି (ଆପ) ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପାଣ୍ଡବ ନଗରର ପୋଲିଂ ବୁଥ୍‌ରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଏନଏଆଇ

ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପୂର୍ବ ଦିଲ୍ଲୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ଶୀଲା ଦୀକ୍ଷିତ ନିଜାମୁଦ୍ଦିନ ବୁଥ୍‌ରେ ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଅନ୍ୟପଟେ ଦିଲ୍ଲୀ ବିଜେପି ସଭାପତି ତଥା ଦକ୍ଷିଣ-ପୂର୍ବ ଦିଲ୍ଲୀ ବିଜେପି ଲୋକସଭା ପ୍ରାର୍ଥୀ ମନୋଜ ତିୱାରୀ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ପୂର୍ବ ଦିଲ୍ଲୀ ଆପ୍‌ ଲୋକସଭା ପ୍ରାର୍ଥିନୀ ଆତିଶୀ ଜଗନପୁରାସ୍ଥିତ କମଳା ନେହେରୁ ସରକାରୀ ସର୍ବୋଦୟ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶର ଗୋୱାଲିୟସ୍ଥିତ ବୁଥ୍‌ ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କଂଗ୍ରେସର ବରିଷ୍ଠ ନେତା ତଥା ନୂଆଦିଲ୍ଲୀ ଲୋକସଭା ପ୍ରାର୍ଥୀ ଅଜୟ ମାକେନ ମତଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ନୂଆଦିଲ୍ଲୀ ଲୋକସଭା ପ୍ରାର୍ଥୀ ମିନାକ୍ଷୀ ଲେଖି,ନୂଆଦିଲ୍ଲୀସ୍ଥିତ ପୋଲିଂ ବୁଥ୍‌ରେ ନିଜ ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାରର ୮ଟି, ହରିୟାଣାର ୧୦ଟି, ଝାଡଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ।

Last Updated : May 12, 2019, 2:45 PM IST

For All Latest Updates

ABOUT THE AUTHOR

...view details