ଭୋପାଳ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଲାଣି । ଦେଶର ରାଜଧାନୀ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ପ୍ରକ୍ରିୟା ଚାଲୁ ରହିଛି । ଏହି ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀଙ୍କୁ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ଥିବାବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଭୋଟ ଦେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି । ଏହି କ୍ରମରେ ମତଦାନ କରିଛନ୍ତି ବିଜେପିର ଭୋପାଳ ଲୋକସଭା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ।
ଭୋଟ ଦେଲେ ସାଧ୍ବୀ ପ୍ରଜ୍ଞା - polling
ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ସାରିଲାଣି । ଦେଶର ରାଜଧାନୀ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ପ୍ରକ୍ରିୟା ଚାଲୁ ରହିଛି । ଏହି କ୍ରମରେ ମତଦାନ କରିଛନ୍ତି ବିଜେପିର ଭୋପାଳ ଲୋକସଭା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ।
ମଧ୍ୟପ୍ରଦେଶ ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର୍ ଓ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ମଧ୍ୟରେ କଡା ଟକ୍କର ହେବ । ଗଣତନ୍ତ୍ରର ମହାନ୍ ପର୍ବରେ ମତଦାନ କରି ନିଜ ଖୁସି ସାବ୍ୟସ୍ତ କରିଛନ୍ତି ପ୍ରଜ୍ଞା । ଏହାସହ ନିଜ ସାମ୍ବାଧାନିକ ଅଧିକାର ସହ ଦେଶ ଗଠନ ପାଇଁ ମତଦାନ କରିବା ସମସ୍ତଙ୍କୁ ଆହ୍ସାନ କରିଛନ୍ତି ସାଧ୍ବୀ । ଏହାସହ ବିପୁଳ ମାତ୍ରାରେ ଭୋଟ ପାଇଁ ନିର୍ବାଚନ ଜିତିବା ସହ ମୋଦି ପ୍ରଧାନମନ୍ତ୍ରୀ ହେବା କଥା କହିଛନ୍ତି ଠାକୁର ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାରର ୮ଟି, ହରିୟାଣାର ୧୦ଟି, ଝାଡଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ।