ଚଣ୍ଡିଗଡ଼: ଭୋଟରଙ୍କୁ ସଚେତନତା କରିବା ନେଇ ଅଣ୍ଟା ଭିଡିଛନ୍ତି ଯୁବ ମହିଳା । କାନ୍ଧରେ ଢୋଲ କାନ୍ଧେଇ ପ୍ରଥମ ଥର ମତଦାତାଙ୍କୁ ଭୋଟ ଦେବାକୁ ପାଇଁ ସଚେତନ କରୁଛନ୍ତି । ସମସ୍ତ ପ୍ରତିବନ୍ଧକ ଭାଙ୍ଗି ପୁରୁଷ ସମାଜରେ ଢୋଲ ବଜାଇ ଭୋଟଦାନ ପ୍ରତି ସଚେତନତା ସୃଷ୍ଟି କରୁଛନ୍ତି । ପ୍ରଥମ ଥର ନିଜେ ଭୋଟ ଦେଉଥିବା ବେଳେ ଯୁବ ଭୋଟରଙ୍କୁ ଜାହାନ ଗୀତ ମତାଦନ ପାଇଁ ଅପିଲ କରିଛନ୍ତି ।
ଘାରିଛି ଭୋଟ ନିଶା, ଢୋଲ ବଜାଇ ଯୁବ ଭୋଟରଙ୍କୁ ସଚେତନ କଲେ ଜାହାନ - Jahan geet deol
ପଞ୍ଜାବର 18 ବର୍ଷିୟା ଜାହାନ ଗୀତ । 12 ବର୍ଷରୁ ଢୋଲ ବଜାଇ ଲୋକଲୋଚନ ଆସିଥିଲେ ଜାହାନ । ତେବେ ଯୁବ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ ଏବଂ ସଚେତନତା କରିବା ପାଇଁ ନିଆରା ଉପାୟରେ ଆଗେଇ ଆସିଛନ୍ତି ସେ ।
ପଞ୍ଜାବର 18 ବର୍ଷିୟା ଜାହାନ ଗୀତ । ପଞ୍ଜାବ ୟୁନିର୍ଭସିଟିରେ ଲ' ଛାତ୍ରୀ । ହେଲେ ପିଲାଟି ବେଳୁ ନିଶା ଢୋଲ ବଜାଇବା । 12ବର୍ଷ ସମୟରୁ ଢୋଲ ବଜାଇ ଲୋକଲୋଚନ ଆସିପାରିଥିଲେ ଜାହାନ । ଚଳିତ ନିର୍ବାଚନରେ ପ୍ରଥମ ଥର ଗୀତ ଭୋଟ ଦେବାକୁ ଯାଉଛନ୍ତି ।
ଜାହାନ ଷଷ୍ଠ ପର୍ଯ୍ୟାୟରେ ଭୋଟ ଦେବେ । ତେବେ ମତଦାନ କରି ଏକ ଦାୟିତ୍ବବାନ ନାଗରିକ ପରିଚୟ ଦିଅନ୍ତୁ ବୋଲି ଢୋଲ ବଜାଇ ସଚେତନତା କରୁଛନ୍ତି ସେ।
ପୂର୍ବରୁ ଦେଶରେ ମତଦାନ ନେଇ ସଚେତନତା ଲାଗି ପୁରୁଷ ସମାଜ ହିଁ ଢୋଲ ମାଧ୍ୟମରେ ସଚେତନତା କରୁଥିବା ନଜିର ରହିଛି । କିନ୍ତୁ ଏ ପ୍ରଥାକୁ ଭାଙ୍ଗି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସେ । ତେବେ ମେ' 19ରେ ପଞ୍ଜାବରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।