ଓଡିଶା

odisha

ETV Bharat / bharat

ମନ୍ତ୍ରୀଙ୍କ ଇଲାକାରୁ ପ୍ରାର୍ଥୀ ହାରିଲେ ହରାଇବେ ମନ୍ତ୍ରୀ ପଦ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜ ମନ୍ତ୍ରୀଙ୍କୁ ଚରମବାଣୀ ଶୁଣାଇଛନ୍ତି । କ୍ୟାପ୍ଟେନ କହିଛନ୍ତି ଯେ ଯଦି ବିଧାୟକ କିମ୍ବା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ କୌଣସି ପ୍ରାର୍ଥୀ ହାରି ଯାଉଛନ୍ତି, ତେବେ ତାଙ୍କଠାରୁ ମନ୍ତ୍ରୀ ପଦ ଛଡାଇ ନିଆଯିବ । ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ଟିକେଟ ମିଳବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

By

Published : Apr 24, 2019, 7:37 PM IST

Updated : Apr 24, 2019, 8:11 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନରେ ବିଜୟ ମୁକୁଟ ପିନ୍ଧି ନିଜ ନିଜ ପତିଆରା ବୃଦ୍ଧି କରିବା ପାଇଁ ସବୁ ଦଳ ଜୋରଦାର ପ୍ରୟାସରେ ଲାଗି ପଡିଛନ୍ତି । ବିରୋଧୀଙ୍କୁ ନିନ୍ଦା, ସ୍ବପ୍ରଶଂସା ସହ ଭିନ୍ନ ଉପାୟରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ନେତା । ଏଥିପାଇଁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ମୁଖିଆ କର ବା ମର ନୀତି ଆପଣାଉଛନ୍ତି । ଏଭଳି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜ ମନ୍ତ୍ରୀଙ୍କୁ ଚରମବାଣୀ ଶୁଣାଇଛନ୍ତି । କ୍ୟାପ୍ଟେନ କହିଛନ୍ତି ଯେ ଯଦି ବିଧାୟକ କିମ୍ବା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ କୌଣସି ପ୍ରାର୍ଥୀ ହାରି ଯାଉଛନ୍ତି ତେବେ ତାଙ୍କଠାରୁ ମନ୍ତ୍ରୀ ପଦ ଛଡାଇ ନିଆଯିବ । ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।


କ୍ୟାପ୍ଟେନ ସିଂହ ଆହୁରି କହିଛନ୍ତି ଯେ ଏହି କମାଣ୍ଡ ଦିଲ୍ଲୀରୁ ହାଇକମାଣ୍ଡ ଦେଇଛନ୍ତି । ନିର୍ଦ୍ଦେଶ ଅନୁସାରେ କୌଣସି ମନ୍ତ୍ରୀ-ବିଧାୟକ ତାଙ୍କ ନିର୍ବାଚନ କ୍ଷେତ୍ରରେ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇ ପାରିବେ ନାହିଁ ତାଙ୍କୁ କ୍ୟାବିନେଟରୁ ବିଦା କରାଯିବ । ପ୍ରଦର୍ଶନ ଅନୁସାରେ ମନ୍ତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରାଯିବ ବୋଲି କଡା ଚେତାବନୀ ରହିଥିବା କଥା କ୍ୟାପ୍ଟେନ ଅମିରନ୍ଦର ସିଂହ କହିଛନ୍ତି ।

ଦିଲ୍ଲୀରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ କ୍ୟାପ୍ଟେନ ମନ୍ତ୍ରୀଙ୍କ ବ୍ୟତୀତ ବିଧାୟକଙ୍କ ପାଇଁ ବିପଦ ସଙ୍କେତ ଦେଇଛନ୍ତି । ନିର୍ବାଚନ କ୍ଷେତ୍ରରେ ଭୋଟ କମ ହେଲେ ମଧ୍ୟ ସମାନ ଦଶା ଭୋଗିବାକୁ ପଡିବ । ଆଗାମୀ ନିର୍ବାଚନରେ ଟିକେଟ ଦିଆଯିବ ନାହିଁ ବୋଲି କଡା ଚେତାବନୀ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି କଠିନ ଟାସ୍କ ରଖାଯାଇଛି ବୋଲି କହିଛନ୍ତି ଅମିରନ୍ଦର । ଏହା ପଛର ଉଦ୍ଦେଶ୍ୟ ପଞ୍ଜାବରେ ମିଶ୍‌ନ-13କୁ ସଫଳ କରିବା ବୋଲି କହିଛନ୍ତି ସେ ।

ଗତ 2014 ଲୋକସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । 13 ଲୋକସଭା ଆସନରୁ ମାତ୍ର 3ଟି ଆସନରେ ଜିତିବା ପାଇଁ ସକ୍ଷମ ହୋଇଥିଲା କଂଗ୍ରେସ । ଏହି ଭଳି ପଦକ୍ଷେପକୁ ନେଇ ଅମିରନ୍ଦରଙ୍କ ପକ୍ଷରୁ ପ୍ରଦର୍ଶନ ଭିତ୍ତିକ ପଦବୀ ପ୍ରଦାନ ପରମ୍ପରା ସୃଷ୍ଟି କରିବା ।

ଏଠାରେ ସୂଚନା ଯୋଗ୍ୟ ଯେ ପଞ୍ଜାବରେ 13ଲୋକସଭା ଆସନ ପାଇଁ ମେ 13 ତାରିଖରେ ଭୋଟ ଗ୍ରହଣ କରାଯିବ । ଏହି ନିର୍ବାଚନରେ କଂଗ୍ରେସ, ଆପ୍‌ ଓ ବିଜେପି-ଅକାଳୀ ଦଳ ମଧ୍ୟରେ ତ୍ରିକୋଣୀୟ ପ୍ରତିଯୋଗିତା ହେବ ।

Last Updated : Apr 24, 2019, 8:11 PM IST

For All Latest Updates

ABOUT THE AUTHOR

...view details