ଓଡିଶା

odisha

ETV Bharat / bharat

ନିର୍ବାଚନ ପାଇଁ ବଦଳିଲା ଦିଲ୍ଲୀ ମେଟ୍ରୋ ସମୟ - Metro

ନିର୍ବାଚନ ପାଇଁ ବଦଳିଲା ମେଟ୍ରୋ ସେବା । ଏନେଇ ପ୍ରତ୍ୟେକ ଦିନ ସକାଳ 6 ରେ ଚାଲୁଥିବା ଥିବା ମେଟ୍ରୋ ସେବା ଭୋଟ ଦିନ ସକାଳ 4 ଟାରେ ଆରମ୍ଭ ହେବ।

ଫାଇଲ ଫଟୋ

By

Published : May 10, 2019, 2:36 PM IST

ନୂଆଦିଲ୍ଲୀ: ଚାଲିଛି ନିର୍ବାଚନୀ ମହାପର୍ବ। ଏହି ମହାପର୍ବର ପାଞ୍ଚୋଟି ପର୍ଯ୍ୟାୟ ଶେଷ ହୋଇଛି। ବର୍ତ୍ତମାନ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ ୧୨ ତାରିଖ ରବିବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନରେ ଭୋଟ ଗ୍ରହଣ ହେବ।

ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୮ ରାଜ୍ୟର ୫୯ ଆସନରେ ମତଦାନ କରାଯିବ ବୋଲି ସିଇସି ସୂଚନା ଦେଇଛନ୍ତି। ଏଥିରେ ଦିଲ୍ଲୀ ସହ ବିଭିନ୍ନ ରାଜ୍ୟରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଭୋଟିଂ ପ୍ରତିଶତ ବଢାଇବା ସହ ଭୋଟରଙ୍କ ବିଭିନ୍ନ ଅସୁବିଧାକୁ ଦୂରେଇବା ପାଇଁ ନିର୍ବାଚନ କମିଶନ ଦୃଷ୍ଟି ଦେଇଛନ୍ତି ।

ଖବର ଅନୁଯାୟୀ, ଦିଲ୍ଲୀ ମେଟ୍ରୋ ସେବାର ବିବରଣୀ ଅନୁସାରେ ପ୍ରତ୍ୟେକ ଦିନ ସକାଳ 6 ରେ ଚାଲୁଥିବା ଥିବା ମେଟ୍ରୋ ସେବା ଭୋଟ ଦିନ ସକାଳ 4 ଟାରେ ଆରମ୍ଭ ହେବ। ଏହି ସୁବିଧା ନିର୍ବାଚନ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ଯୋଗାଇ ଦିଆଯିବ।

ମେଟ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦ୍ବାରକା ସେକ୍ଟର 21ର ମେଟ୍ରୋ ସକାଳ 6 ପରିବର୍ତ୍ତେ ସକାଳ 4.30 ରେ ଯୋଗାଇ ଦିଆଯିବ । ପରେ ପରେ ପ୍ରତି ଅଧଘଣ୍ଚା ବ୍ୟବଧାନରେ ମେଟ୍ରୋ ସୁବିଧା ଜାରି ରହିବ । ତେବେ ମେ 12 ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀରେ 7ଟି ଆସନରେ ଭୋଟ ଗ୍ରହଣ କରାଯିବ । ଏହାସହ ମେ 23 ରେ ଭୋଟ ଗଣତି ଆରମ୍ଭ ହେବ ।

For All Latest Updates

ABOUT THE AUTHOR

...view details