ଓଡିଶା

odisha

ETV Bharat / bharat

କିଏ ହେବ ଦେଶର ନୂଆ ପ୍ରଧାନମନ୍ତ୍ରୀ ? ବାବା ରାମଦେବ ଦେଲେ ଉତ୍ତର

ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ବୋଲି ବାବା ରାମଦେବ କହିଛନ୍ତି। ଏହାସହ ମୋଦିଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବା ପାଇଁ ସମର୍ଥନ ମାଗିଛନ୍ତି ବାବା ରାମଦେବ ।

By

Published : Apr 17, 2019, 7:08 AM IST

ଡିଜାଇନ ଫଟୋ

ଜୟପୁର: କିଛି ମାସ ପୂର୍ବରୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ସେ ନେଇ କହିବା ମୁସ୍କିଲ ବୋଲି କହିଥିଲେ ଯୋଗଗୁରୁ ବାବା ରାମଦେବ । ଡିସେମ୍ବର 2018ରେ ମୋଦି ମ୍ୟାଜିକ ଉପରେ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବାବା । ମଙ୍ଗଳବାର ବାବା ରାମଦେବ ମଙ୍ଗଳବାର ଭାଜପା ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡଙ୍କ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ବୋଲି କହିଛନ୍ତି । ଏହାସହ ମୋଦିଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଦେଖିବା ପାଇଁ ସମର୍ଥନ ମାଗିଛନ୍ତି ।


ବାବା ରାମଦେବ କହିଛନ୍ତି ଯେ 2019ରେ 'ଫିର ଏକ ବାର୍‌ ମୋଦି ସରକାର' ନାରା ଦେଇଛନ୍ତି । ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ବୋଲି କହିଛନ୍ତି ବାବା । ମୋଦିଙ୍କ ହାତରେ ଦେଶର ଯବାନଙ୍କ ଭବିଷ୍ୟତ, କୃଷକଙ୍କ ଖୁସି, ନାରୀ ସୁରକ୍ଷା ଠାରୁ ଆରମ୍ଭ କରି ଏକ ନୂତନ ଭାରତ ଗଠନ କରିବାରେ ଯଦି କେହି ସକ୍ଷମ ଓ ସୁରକ୍ଷାର ଗ୍ୟାରେଣ୍ଟି ଦେଇ ପାରେ ସେ ହେଲେ ମୋଦି । ଏଥିପାଇଁ 2019ରେ ମୋଦିଙ୍କୁ ଦେଶବାସୀଙ୍କ ଆଶୀର୍ବାଦ ଆବଶ୍ୟକ ବୋଲି କହିଛନ୍ତି ।

ଏହାସହ ବାବା ରାମଦେବ କହିଛନ୍ତି ଯେ ବ୍ୟକ୍ତିଙ୍କ କଥା ନୁହେଁ, ଆମେ ବ୍ୟକ୍ତିତ୍ବର ଉପାସନା କରିଛୁ, ଚିତ୍ର ନୁହେଁ, ଚରିତ୍ରର ଉପାସନା କରିଛୁ । ଏହି ଅବସରରେ ମୋଦିଙ୍କ ବ୍ୟକ୍ତିତ୍ବ ଓ କୃତିତ୍ବକୁ ବାବା ରାମଦେବ ଉଚ୍ଚ ପ୍ରଶଂସା କରିଛନ୍ତି ।

For All Latest Updates

ABOUT THE AUTHOR

...view details