ଓଡିଶା

odisha

ETV Bharat / bharat

ସଂସଦରେ ଚାଷୀ ଆନ୍ଦୋଳନ ତାତି, ବୁଧବାର ଯାଏଁ ଗୃହ ମୁଲତବୀ - ସଂସଦ

ସଡକରୁ ସଂସଦ ଯାଏଁ ଅନୁଭୂତ ହେଉଛି ଚାଷୀ ଆନ୍ଦୋଳନର ତାତି । ଗୋଟିଏ ପକ୍ଷେ ଦିଲ୍ଲୀ ସୀମାରେ ନିଜ ଦାବିକୁ ନେଇ ଅଟଳ ଚାଷୀଙ୍କ ଆନ୍ଦୋଳନରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା ବେଳେ ସଂସଦରେ ଆରମ୍ଭ ହୋଇଯାଇଛି ମହାସଂଗ୍ରାମ । ଅଧିକ ପଢନ୍ତୁ...

ସଂସଦରେ ଚାଷୀ ଆନ୍ଦୋଳର ତାତି, ବୁଧବାର ଯାଏଁ ଗୃହ ମୁଲତବୀ
ସଂସଦରେ ଚାଷୀ ଆନ୍ଦୋଳର ତାତି, ବୁଧବାର ଯାଏଁ ଗୃହ ମୁଲତବୀ

By

Published : Feb 2, 2021, 9:14 PM IST

ନୂଆଦିଲ୍ଲୀ: ଥମୁନି ଚାଷୀ ଆନ୍ଦୋଳନ । ସଡକରୁ ସଂସଦ ଯାଏଁ ଅନୁଭୂତ ହେଉଛି ଆନ୍ଦୋଳନର ତାତି । ଗୋଟିଏ ପକ୍ଷେ ଦିଲ୍ଲୀ ସୀମାରେ ନିଜ ଦାବିକୁ ନେଇ ଅଟଳ ଚାଷୀଙ୍କ ଆନ୍ଦୋଳନରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା ବେଳେ ସଂସଦରେ ଆରମ୍ଭ ହୋଇଯାଇଛି ମହାସଂଗ୍ରାମ ।

ମଙ୍ଗଳବାର ରାଜ୍ୟସଭାରେ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ ଚାଷୀଙ୍କ ଦାବି ଉପରେ ଚର୍ଚ୍ଚାକୁ ନେଇ ନାରାବାଜି କରିବା ସହ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଉଠାଇଥିଲେ ସ୍ବର । ହେଲେ ହଟଗୋଳ ମଧ୍ୟରେ ହୋଇପାରିଲାଣି କୌଣସି ଚର୍ଚ୍ଚା । ସକାଳୁ ଆରମ୍ଭ ଏହି ହଙ୍ଗାମା ମଧ୍ୟରେ ଅନେକ ଥର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ରାଜ୍ୟସଭାରେ ହଙ୍ଗାମାକୁ ଦୃଷ୍ଟିରେ ରଖି ଏହାକୁ ବୁଧବାର ସକାଳ 9ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

କେବଳ ରାଜ୍ୟସଭା ନୁହେଁ ଲୋକସଭାରେ ମଧ୍ୟ ବିରୋଧୀ ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ କରିଥିଲେ ଜୋରଦାର ହଟଗୋଳ । ରାଜ୍ୟସଭା ପରେ ଲୋକସଭାରେ ମଧ୍ୟ କୃଷି ଆଇନ ବିରୋଧରେ ମୁଲବୀ ପ୍ରସ୍ତାବ ଦେଇଥିଲା କଂଗ୍ରେସ । ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଆଣିଥିଲେ ଏହି ମୁଲତବୀ ପ୍ରସ୍ତାବ ।

କୃଷି ଆଇନ ପ୍ରତ୍ୟାହାର ଦାବି କରି ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସାମ୍ନାରେ ପ୍ରଦର୍ଶନ କରିଥିଲେ । ବାରମ୍ବାର ଗୃହ କାର୍ଯ୍ୟରେ ବାଧା ଉପୁଜିଥିବା କାରଣରୁ ଲୋକସଭାକୁ ମଧ୍ୟ ବୁଧବାର ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ ବିର୍ଲା ।

ABOUT THE AUTHOR

...view details