ନୂଆଦିଲ୍ଲୀ: ଦିଲ୍ଲୀ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଶନିବାର ସମସ୍ତ ଏୟାରଲାଇନର ପାଇଲଟଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛି। ବିମାନ ଉଡାଣ ବେଳେ ପଙ୍ଗପାଳଙ୍କୁ ଧ୍ୟାନରେ ରଖି ଟେକ ଅଫ୍ କରିବାକୁ କୁହାଯାଇଛି । ଦିଲ୍ଲୀର ଗୁରୁଗ୍ରାମ-ଦ୍ବାରିକା ଏକ୍ସପ୍ରେସ ୱେ ରେ ପଙ୍ଗପାଳଙ୍କ ଏକ ଦଳ ଦେଖିବାକୁ ମିଳିଛି ।
ପଙ୍ଗପାଳ ଚିନ୍ତା: ଦିଲ୍ଲୀ ଏୟାରଲାଇନ୍ସ ପାଇଁ ଆଡଭାଇଜରି ଜାରି - ପଙ୍ଗପାଳ ଚିନ୍ତା
ଦିଲ୍ଲୀ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଶନିବାର ସମସ୍ତ ଏୟାରଲାଇନର ପାଏଲଟଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ବିମାନ ଉଡାଣ ବେଳେ ପଙ୍ଗପାଳଙ୍କୁ ଧ୍ୟାନରେ ରଖି ଟେକ ଅଫ୍ କରିବାକୁ କୁହାଯାଇଛି ।

ଦିଲ୍ଲୀର ଏୟାରପୋର୍ଟ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି । ଘରୋଇ ବିମାନ ସେବା ଆରମ୍ଭ ପରେ ଦେଶର ବିଭିନ୍ନ ରାଜ୍ୟକୁ ଏଠାରୁ ବିମାନ ଯାଉଛି । ଦିନକୁ ପ୍ରାୟ 500ଟି ବିମାନ ଉଡଣା ହେଉଛି । ପାକିସ୍ତାନରୁ ଆସିଥିବା ପଙ୍ଗପାଳ ରାଜସ୍ଥାନ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ରେ ବ୍ୟାପିସାରିଛି । ଶନିବାର ପଙ୍ଗପାଳଙ୍କୁ ଗୁରୁଗ୍ରାମର ସେକ୍ଟର-5 ଓ ପାଲମବିହାରରେ ଦେଖିବାକୁ ମିଳିଥିଲା ।
ଶୁକ୍ରବାର ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଏନେଇ ସର୍କୁଲାର ଜାରି କରିଥିଲେ । ଡିଜିସିଏ ପକ୍ଷରୁ ମଧ୍ୟ ଏୟାରଲାଇନ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହାସହ ସମସ୍ତଙ୍କୁ ସତର୍କ ମଧ୍ୟ କରାଯାଇଛି । ଡିଜିସିଏ କହିଛି ଅଧିକ ସଂଖ୍ୟକ ପଙ୍ଗପାଳଙ୍କ ଉପସ୍ଥିତି କାରଣରୁ ବିମାନ ଅବତରଣରେ ସମସ୍ୟା ଉପୁଜୁଛି । ପଙ୍ଗପାଳ ଉଡୁଥିବା ସମୟରେ ବିମାନ ଉଡାଣ ନକରିବାକୁ ମଧ୍ୟ କୁହାଯାଇଛି ।