ଓଡିଶା

odisha

By

Published : Jul 3, 2020, 12:25 PM IST

ETV Bharat / bharat

ପଞ୍ଜାବରେ ମାତିଛନ୍ତି ପଙ୍ଗପାଳ

ଗତ ଗୁରୁବାର ପଞ୍ଜାବର ବାଥୀଣ୍ଡା ଜିଲ୍ଲାର ତାଲୱାଣ୍ଡି ସାବୋ, ରାମପୁରା ଏବଂ ମୌର ମଣ୍ଡି ଅଞ୍ଚଳରେ ପଙ୍ଗପାଳ ଆକ୍ରମଣ ଦେଖିବାକୁ ମିଳିଛି । ତେବେ କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି ଏଠାକୁ ବହୁତ କମ୍ ପଙ୍ଗପାଳ ଆସିଛନ୍ତି।

locust swarm
ପଞ୍ଜାବରେ ପଙ୍ଗପାଳ ଆକ୍ରମଣ

ଚଣ୍ଡୀଗଡ: ପଞ୍ଜାବରେ ପଙ୍ଗପାଳ ଆକ୍ରମଣ । ଗତ ଗୁରୁବାର ପଞ୍ଜାବର ବାଥୀଣ୍ଡା ଜିଲ୍ଲାର ତାଲୱାଣ୍ଡି ସାବୋ, ରାମପୁରା ଏବଂ ମୌର ମଣ୍ଡି ଅଞ୍ଚଳରେ ପଙ୍ଗପାଳ ଆକ୍ରମଣ ଦେଖିବାକୁ ମିଳିଛି । ତେବେ କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି ଏଠାକୁ ବହୁତ କମ୍ ପଙ୍ଗପାଳ ଆସିଛନ୍ତି।

ଏଥିସହ କୃଷି ବିଭାଗର ଅଧିକାରୀ କମଲ ଜିନ୍ଦଲ କହିଛନ୍ତି, ଫସଲ ନଷ୍ଟ କରିବାର କୌଣସି ଆଶଙ୍କା ନାହିଁ । କାରଣ ପୂର୍ବରୁ ହିଁ ଚାଷ ଜମିରେ କିଟନାଶକ ସ୍ପ୍ରେ କରାଯାଇଛି । ଏଥିସହ ପଙ୍ଗପାଳକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଚାଷୀଙ୍କ କହିବା ଅନୁଯାୟୀ, ପଙ୍ଗପାଳ ଆକ୍ରମଣ ଦ୍ବାରା ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଣୁ ଚାଷୀମାନେ ଟ୍ରାକ୍ଟର ମାଧ୍ୟମରେ ଶବ୍ଦ କରି ପଙ୍ଗପାଳ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଏଠାକୁ ଆସିନଥିବା ଜଣେ ଚାଷୀ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details