ଓଡିଶା

odisha

ETV Bharat / bharat

ପ୍ରୟାଗରାଜରେ ପଙ୍ଗପାଳ ଆକ୍ରମଣ

ଗୁରୁବାର ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ବହୁ ସଂଖ୍ୟାରେ ପଙ୍ଗପାଳ ପଶି ଆସି ଫସଲ ନଷ୍ଟ କରିଥିଲେ ।

_locust attack
ପ୍ରୟାଗରାଜରେ ପଙ୍ଗପାଳ ଆକ୍ରମଣ

By

Published : Jun 12, 2020, 11:29 AM IST

ଲକ୍ଷ୍ନୌ: କୋରୋନା ସଙ୍କଟ ମଧ୍ୟରେ ଦେଶରେ ଆଉ ଏକ ସଙ୍କଟ ହୋଇ ଉଭା ହୋଇଛି ପଙ୍ଗପାଳ ଆକ୍ରମଣ । ଗତ ଗୁରୁବାର ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ବହୁ ସଂଖ୍ୟାରେ ପଙ୍ଗପାଳ ପଶି ଆସି ଫସଲ ନଷ୍ଟ କରିଥିଲେ । ତେବେ ଗତ ଦୁଇ ଦିନ ପୂର୍ବରୁ ପ୍ରୟାଗରାଜରେ ପଙ୍ଗପାଳ ଆକ୍ରମଣ ନେଇ ସୂଚନା ଦିଆଯାଇଥିଲା ।

ସୋନମ ଦେବୀ ନାମକ ଜଣେ ମହିଳାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ଘରୁ ବାହାରକୁ ଆସିଥିଲେ ସେତେବେଳେ ବହୁ ସଂଖ୍ୟାର ପଙ୍ଗପାଳଙ୍କୁ ଦେଖିଥିଲେ । ଏହାପରେ ପଙ୍ଗପାଳଙ୍କୁ ଘଉଡାଇବା ପାଇଁ ସେ ବାଣ ଫୁଟାଇଥିଲେ ।

ପ୍ରକାଶ ଥାଉକି, ବିଗତ କିଛିଦିନ ହେବ ପାକିସ୍ତାନରୁ ବହୁ ସଂଖ୍ୟାରେ ପଙ୍ଗପାଳ ଉଡିଆସି ଦେଶର ବହୁ ରାଜ୍ୟରେ ପଶି ହେକ୍ଟର ହେକ୍ଟର ଫସଲ ନଷ୍ଟ କରିଥିଲେ । ପଙ୍ଗପାଳ ମୁକାବିଲା ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଶି ବହୁ ଅପରେସନ ଦ୍ବାରା ପଙ୍ଗପାଳଙ୍କୁ ମରାଯାଇଛି ।

ABOUT THE AUTHOR

...view details