ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଆତଙ୍କ ଖେଳାଇଛି ପଙ୍ଗପାଳ । ଲୋକମାନେ ପଙ୍ଗପାଳର ଆକ୍ରମଣର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଝରକା କବାଟ ବନ୍ଦ ରଖିବାକୁ ନଗର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ଏହା ବ୍ୟତୀତ ପଙ୍ଗପାଳ ଦଳଙ୍କୁ ଘଉଡାଇବାକୁ ଲୋକଙ୍କୁ ବାସନକୁସନ ବଜାଇ ଶବ୍ଦ କରିବାକୁ କୁହାଯାଇଛି ।
ଗୁରୁଗ୍ରାମରେ ପଙ୍ଗପାଳ ଆତଙ୍କ, ବାଜା ବଜାଇବାକୁ ପ୍ରଶାସନର ପରାମର୍ଶ - ପଙ୍ଗପାଳ ଦଳ
ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ ପହଞ୍ଚିଲେ ପଙ୍ଗପାଳ ଦଳ । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପରାମର୍ଶ ଜାରି କରିଛି ପ୍ରଶାସନ। ଅଧିକ ପଢନ୍ତୁ...
ପ୍ରଶାସନର ସୂଚନାନୁସାରେ, ପଙ୍ଗପାଳ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ ପହଞ୍ଚି ଯାଇଥିବାବେଳେ ଏହା ରେବାଡି ସୀମାରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି କାରଣରୁ ଗୁରୁଗ୍ରାମ ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ ପରାମର୍ଶ ଜାରି କରି କହିଛି। ଏହା ସହିତ କୁହାଯାଇଛି ଯେ, କୃଷକମାନେ ମଧ୍ୟ କୀଟନାଶକ ସ୍ପ୍ରେ ପାଇଁ ସେମାନଙ୍କ ପମ୍ପକୁ ପ୍ରସ୍ତୁତ ରଖିବା ଉଚିତ । ଯାହା ଦ୍ବାରା ଆବଶ୍ୟକ ସମୟରେ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ପ୍ରଶାସନ କୃଷି ବିଭାଗର କର୍ମଚାରୀମାନଙ୍କୁ ଗ୍ରାମକୁ ଯାଇ ସୂଚନା ଦେବା ଏବଂ ଏ ସମ୍ପର୍କରେ ସଚେତନତା କରିବାକୁ କହିଛନ୍ତି।
ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣା ପରେ ବର୍ତ୍ତମାନ ପଶ୍ଚିମ ମହାରାଷ୍ଟ୍ର ଏବଂ ମଧ୍ୟ ଭାରତର ଅନେକ ସ୍ଥାନରେ ପଙ୍ଗପାଳମାନେ ବହୁ ପରିମାଣରେ ଫସଲ ନଷ୍ଟ କରୁଛନ୍ତି। ପ୍ରତିକ୍ରିୟାକୁ ସମନ୍ୱିତ କରିବା ପାଇଁ କେନ୍ଦ୍ର ସରକାର 11 ଟି ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି।