ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଫେରିବନି ଲକଡାଉନ । ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ଲକଡାଉନ ଲାଗୁ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏସବୁ ଚର୍ଚ୍ଚା ଉପରେ ବ୍ରେକ ଲଗାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସେ ସିଧାସଳଖ ଲକଡାଉନ ହେବ ନାହିଁ ବୋଲି ମନା କରିଛନ୍ତି ।
ଦିଲ୍ଲୀରେ ଲାଗୁ ହେବନି ଲକଡାଉନ: ସତ୍ୟେନ୍ଦ୍ର ଜୈନ - lockdown in delhi
ଦିଲ୍ଲୀରେ ଫେରିବନି ଲକଡାଉନ । କୋରୋନା ମାମଲା ବୃଦ୍ଧି ପାଉଥିବାରୁ ଦିଲ୍ଲୀରେ ପୁଣି ଲକଡାଉନ ଲାଗୁ ହେବନି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଅଧିକ ପଢନ୍ତୁ:
ଦିଲ୍ଲୀରେ ଫେରିବନି ଲକଡାଉନ: ସତ୍ୟେନ୍ଦ୍ର ଜୈନ
ଦିଲ୍ଲୀରେ ସଂକ୍ରମଣ ତୃତୀୟ ସ୍ତରରେ ପହଞ୍ଚିଛି । ସେଠାରେ ପିକରେ ରହିଛି କୋରୋନା ସଂକ୍ରମଣ । ଗୋଟିଏ ଦିନରେ 95ଜଣ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ କହିଛନ୍ତି ସେ । ଦିଲ୍ଲୀରେ କୋରୋନା ଟେଷ୍ଟିଂ ଅଧିକ କରାଯାଉଛି । ଯାହାର ଫଳସ୍ବରୂପ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା କଟକଣା ମାନୁନଥିବା ଲୋକଙ୍କୁ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି । କୋରୋନା କଟକଣାକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ କିଛି ଦିନରେ 45 କୋଟିର ଚାଲାଣ କଟା ଯାଇଛି । ସେହିପରି ବଜାର ବନ୍ଦ ପ୍ରସଙ୍ଗରେ କୌଣସି ସମୀକ୍ଷା ହୋଇନଥିବା କହିଛନ୍ତି ସେ ।