ଓଡିଶା

odisha

ETV Bharat / bharat

'ଲକଡାଉନ ଧନୀଙ୍କ ଖେଳ, ଗରିବ ପାଖରେ ନାହିଁ କୌଣସି ବିକଳ୍ପ' - pm modi

ଲକଡାଉନକୁ ନେଇ ପ୍ରସିଦ୍ଧ ଲେଖକ ଚେତନ ଭଗତ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ ପୂର୍ବରୁ ମଧ୍ୟ ଅନେକ ସମୟରେ ସାମାଜିକ ପ୍ରସଙ୍ଗରେ ନିଜର ମତାମତ ରଖିଥାନ୍ତି । ଅଧିକ ପଢନ୍ତୁ...

'ଲକଡାଉନ ଧନୀମାନଙ୍କ ଖେଳ, ଗରିବ ପାଖରେ ନାହିଁ କୌଣସି ବିକଳ୍ପ'
'ଲକଡାଉନ ଧନୀମାନଙ୍କ ଖେଳ, ଗରିବ ପାଖରେ ନାହିଁ କୌଣସି ବିକଳ୍ପ'

By

Published : May 17, 2020, 10:57 AM IST

ନୂଆଦିଲ୍ଲୀ: ଦେଶରେ ଅହେତୁକ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ ଦେଶରେ ଚତୁର୍ଥ ଲକଡାଉନ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ପ୍ରସିଦ୍ଧ ଲେଖକ ଚେତନ ଭଗତଙ୍କ ପ୍ରତିକ୍ରିୟା ଆସିଛି। ଚେତନ ଭଗତ କହିଛନ୍ତି ଯେ, ଲକଡାଉନ ହେଉଛି ଧନୀ ଦେଶର ଖେଳ, ଗରିବ ଦେଶମାନଙ୍କର କୌଣସି ବିକଳ୍ପ ନାହିଁ।

ଚେତନ ଭଗତ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, "ଲକଡାଉନ ହେଉଛି ଧନୀ ଲୋକଙ୍କ ଖେଳ। ଯଦି ଜଣେ ଧନୀ ଲୋକ ଅସୁସ୍ଥ ତେବେ ସେ ଛୁଟି ନେଇ ଘରେ ଏକ ମାସ ବସିପାରିବେ। ଗରିବ ଲୋକଙ୍କ ପଖରେ ଏହି ବିକଳ୍ପ ନାହିଁ । ଠିକ ସେହିପରି ଧନୀ ଦେଶମାନେ ଲକଡାଉନ କରିପାରିବେ। ଗରିବ ଦେଶ ପାଖରେ ସେହି ବିକଳ୍ପ ନାହିଁ" ।

ସୋସିଆଲ ମିଡିଆରେ ଚେତନ ଭଗତ ଅନେକ ସମୟରେ ସାମାଜିକ ପ୍ରସଙ୍ଗରେ ନିଜର ମତାମତ ରଖିଥାନ୍ତି । ଅନେକ ଲୋକ ତାଙ୍କ ଟ୍ୱିଟରେ କମେଣ୍ଟ ମଧ୍ୟ ଦେଉଛନ୍ତି । କେହି କେହି ଧନୀ ଏବଂ ଗରିବଙ୍କ ସଂଜ୍ଞା ପଚାରୁଥିବାବେଳେ କେତେକ ସରକାରଙ୍କୁ ସମାଲୋଚନା କରି ଭାରତକୁ ଏକ ଗରିବ ଦେଶ ବୋଲି କହିଛନ୍ତି ।

ଚେତନ ଭଗତଙ୍କ ଟ୍ବିଟ୍ ଉପରେ ମନ୍ତବ୍ୟ ଦେଇ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, "ସାର୍, ଧନୀ ଏବଂ ଗରିବଙ୍କ ମଧ୍ୟରେ ଆଉ ଏକ ଶ୍ରେଣୀ ଅଛି, ଯିଏ ଅସୁବିଧାରେ କାହା ଆଗରେ ହାତ ପତେଇ କିଛି କହିପାରନ୍ତି ନାହିଁ ଏବଂ ଯାହାର ସ୍ୱର ମଧ୍ୟ ଶୁଣାଯାଏ ନାହିଁ "।

ତୋବୋ କୋରୋନା ବିସ୍ତାରକୁ ରୋକିବା ପାଇଁ 3ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଥିବା ଲକଡାଉନ ମେ 17 ଆଜି ଶେଷ ହେବ। ଚତୁର୍ଥ ପର୍ଯ୍ୟାୟ ଲକଡାଉନ ନେଇ ଗାଇଡଲାଇନ ଜାରି କରିବ କେନ୍ଦ୍ର ।

ABOUT THE AUTHOR

...view details