ହାଇଦ୍ରାବାଦ: ଲକଡାଉନ ସମୟରେ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଥିବା ବେଳେ ଜିଓ ଗ୍ରାହକଙ୍କ ପାଇଁ ଆସିଛି ଖୁସିର ଖବର । ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏନେଇ ନିଜ ଫାଇବର-ଟୁ-ହୋମ ବ୍ରଡବ୍ୟାଣ୍ଡ ସର୍ଭିସ କଷ୍ଟମରଙ୍କ ପାଇଁ ଘୋଷଣା କରିଛି ନୂଆ ସ୍କିମ । ଏଣିକି ପ୍ରତ୍ୟେକ ପ୍ଲାନରେ ଗ୍ରାହକଙ୍କୁ ଡବଲ ଡାଟା ମିଳିବା ପାଇଁ ଘୋଷଣା କରିଛନ୍ତି କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ ।
ଜିଓ ଗ୍ରାହକଙ୍କୁ ଲକଡାଉନ ଉପହାର, ମିଳିବ ଡବଲ ଡାଟା - ମୁକେଶ ଅମ୍ବାନୀ
ଲକଡାଉନ ସମୟରେ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଥିବା ବେଳେ ଜିଓ ଗ୍ରାହକଙ୍କ ପାଇଁ ଆସିଛି ଖୁସିର ଖବର । ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏନେଇ ନିଜ ଫାଇବର-ଟୁ-ହୋମ ବ୍ରୋଡବ୍ୟାଣ୍ଡ ସର୍ଭିସ କଷ୍ଟମରଙ୍କ ପାଇଁ ଘୋଷଣା କରିଛି ନୂଆ ସ୍କିମ ।
ବିଶ୍ବ ପାଇଁ ବିପତ୍ତି ସାବ୍ୟସ୍ତ ହୋଇଥିବା କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସାରା ଦେଶ ଲକଡାଉନ । ଦେଶବାସୀ ଏବେ ଘରେ ବନ୍ଦୀ କହିଲେ ଭୁଲ ହେବ ନାହିଁ । ଏମିତିରେ ପରିବାର ସହ ସମୟ ଅତିବାହିତ କରିବା ସହ କର୍ମଜୀବୀଙ୍କ ୱାର୍କ ଫ୍ରମ ହୋମ ପାଇଁ ଇଣ୍ଟରନେଟର ହେଉଛି ବହୁଳ ବ୍ୟବହାର । ଅନେକ ସମୟରେ ଡାଟା ଶୀଘ୍ର ସରିଯାଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରୁଥିବା ବେଳଏ ସମାଧାନ ସ୍ବରୂପ ଘୋଷଣା ହୋଇଛି ଏହି ନୂଆ ସ୍କିମ ।
ଏନେଇ ଏକ ଟ୍ବିଟର ପୋଷ୍ଟ ଯୋଗେ କମ୍ପାନୀ ଘୋଷଣା କରିଥିବା ବେଳେ ଏଥିରେ ଲେଖା ରହିଥିଲା ଏତି ସୁନ୍ଦର କ୍ୟାପ୍ସନ । #କୋରୋନାହାରେଗାଇଣ୍ଡିଆଜିତେଗା ଓ #ଷ୍ଟେକନେକ୍ଟେଡ କ୍ୟାପ୍ସନକୁ ଲୋକେ ଖୁବ ପସନ୍ଦ କରିଥିବା ବେଳେ ଏହି ଘୋଷଣା ପରେ ଏବେ ଜିଓ ଗ୍ରାହକଙ୍କ ମଧ୍ୟରେ ଖେଳିଛି ଖୁସିର ଲହରୀ ।