ଓଡିଶା

odisha

ETV Bharat / bharat

ଲକଡାଉନ 4.0: ଆରୋଗ୍ୟ ସେତୁ ଆପରେ ନୂଆ ଗାଇଡଲାଇନ ଜାରି କଲେ ସରକାର

ପୂର୍ବରୁ ମେ 1 ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ ସମସ୍ତ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ଅଧିକ ପଢନ୍ତୁ...

ଆରୋଗ୍ୟ ସେତୁ ଆପ ଉପରେ ସରକାର ଜାରି କଲେ ନୂଆ ଗାଇଡଲାଇନ
ଆରୋଗ୍ୟ ସେତୁ ଆପ ଉପରେ ସରକାର ଜାରି କଲେ ନୂଆ ଗାଇଡଲାଇନ

By

Published : May 18, 2020, 10:03 AM IST

ନୂଆଦିଲ୍ଲୀ: ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ସରକାର ଆରୋଗ୍ୟ ସେତୁ ଆପ୍ ସହ ଜଡିତ ଗାଇଡଲାଇନର ନିୟମକୁ ସରଳ କରିଛନ୍ତି । ଏହି ଆପ ଡାଉନଲୋଡ କରିବାର ଆବଶ୍ୟକତାକୁ ଦୂର କରି ସରକାର ଏହାକୁ ବୈକଳ୍ପିକ କରିଛନ୍ତି । କୋରୋନା ସଂକ୍ରମଣ ଉପରେ ନଜର ରଖିବା ପାଇଁ ଆରୋଗ୍ୟ ସେତୁ ଆପ ବିକଶିତ କରାଯାଇଥିଲା ।

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀରେ ସରକାର ଏହି ଆପର ଲାଭ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ସରକାର କହିଛନ୍ତି ଯେ, ଏହି ଆପ କୋରୋନା ଭାଇରସ ହେବାର ସମ୍ଭାବନାକୁ ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟକ୍ତି ଏବଂ ସମାଜର ସୁରକ୍ଷା କବଚ ପରି କାମ କରିଥାଏ ।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, "ଅଫିସ ଏବଂ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ସୁନିଶ୍ଚିତ କରିବାକୁ, ନିଯୁକ୍ତିଦାତାମାନେ ସମସ୍ତ କର୍ମଚାରୀଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ବାଧ୍ୟତାମୂଳକ ଭାବେ ନିର୍ଦ୍ଦେଶ ଦେବା ଉଚିତ"। ଏହା ପୂର୍ବରୁ ମେ 1 ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ ସମସ୍ତ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା।

ରବିବାର ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜିଲ୍ଲା ପ୍ରଶାସନ ପାଖରେ ଏହି ଅଧିକାର ରହିବ ଯେ, ସେ କେଉଁ ବ୍ୟକ୍ତିଙ୍କୁ ଏହି ଆପ ଡାଉନଲୋଡ କରିବାକୁ କହିବେ । ଏଥିସହ ନିୟମିତ ଭାବରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିପାରିବେ ।

ABOUT THE AUTHOR

...view details