ନୂଆଦିଲ୍ଲୀ: ଭାରତରେ ବଢିଚାଲିଛି ମହାମାରୀ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାକୁ ନେଇ ଦେଶବାସୀ ଆତଙ୍କିତ ଅଛନ୍ତି । ସମସ୍ତଙ୍କ ମନରେ ରହିଛି ଭାଇରସର ଭାୟ । ସଂକ୍ରମଣକୁ ରୋକିବା ପାଇଁ ଦେଶର ରାଜଧାନୀ ଦିଲ୍ଲୀ ସମେତ ଅଧିକାଂଶ ରାଜ୍ୟକୁ ଲକଡାଉନ କରିଦିଆଯାଇଛି । ହେଲେ ଲକଡାଉନର କୌଣସି ପ୍ରଭାବ ସିଏଏ ପ୍ରଦର୍ଶନକାରୀଙ୍କ ଉପରେ ପଡୁନଥିବା ଦେଖିବାକୁ ମିଳୁଛି । ସରକାରଙ୍କ ଆଦେଶକୁ ବେଖାତିର କରି ସିଏଏ ପ୍ରଦର୍ଶନକାରୀ ପୁଣି ଦିଲ୍ଲୀର ଶାହୀନ ବାଗରେ ଏକାଠି ହୋଇଛନ୍ତି ।
ଦିଲ୍ଲୀର ଶାହୀନବାଗରେ ଗତ 100 ଦିନରୁ ଚାଲି ଆସୁଥିବା ଧାରଣା ପ୍ରଦର୍ଶନକୁ ମଙ୍ଗଳବାର ହଟାଇ ଦିଆଯାଇଥିଲା । ଲକଡାଉନ ମଧ୍ୟରେ ପ୍ରଦର୍ଶନକାରୀଙ୍କ ଟେଣ୍ଟକୁ ଭାଙ୍ଗିବା ସହ ନୋଏଡା- କାଳିନ୍ଦୀକୁଞ୍ଜର ରାସ୍ତାକୁ ଖାଲି କରାଇଥିଲା ଦିଲ୍ଲୀ ପୋଲିସ । ଏହାସହ 5 ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ହେଲେ ଏହାର କିଛି ଘଣ୍ଟାପରେ ପୁଣି ପ୍ରଦର୍ଶନକାରୀ ଏଠାରେ ଏକାଠି ହୋଇଯାଇଛନ୍ତି ।