ଓଡିଶା

odisha

ETV Bharat / bharat

ଏଲଓସି ଟ୍ରେଡ ମାମଲା: କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ NIAର ଚଢାଉ

ଏଲଓସି ଟ୍ରେଡ ଆଳରେ ଆତଙ୍କବାଦୀଙ୍କୁ ଫଣ୍ଡିଂ କରାଯାଉଥିବା ମାମଲାରେ NIAର ଜୋରଦାର ଚଢାଉ । ଗୁରୁବାର ଏନଆଇଏ କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅଧିକ ପଢନ୍ତୁ..

ଏଲଓସି ଟ୍ରେଡ ମାମଲା: କାଶ୍ମୀର ଉପତ୍ୟାକର ବିଭିନ୍ନ ସ୍ଥାନରେ NIAର ଚଢାଉ
ଏଲଓସି ଟ୍ରେଡ ମାମଲା: କାଶ୍ମୀର ଉପତ୍ୟାକର ବିଭିନ୍ନ ସ୍ଥାନରେ NIAର ଚଢାଉ

By

Published : Sep 25, 2020, 7:38 AM IST

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଟେରର ଫଣ୍ଡିଂ ମାମଲାରେ ଏନଆଇଏର କାର୍ଯ୍ୟନୁଷ୍ଠାନ ଦ୍ରୁତ ଗତିରେ ହେଉଛି । ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଟିମ ଗୁରୁବାର ଏହି ମାମଲାରେ ଶ୍ରୀନଗରରେ 6ଟି ସ୍ଥାନରେ ଚଢାଉ କରିଛି ।

ଜାମ୍ମୁକାଶ୍ମୀର ପୋଲିସର ସୂଚନା ଅନୁସାରେ , ସୀମା ପାର ବାଣିଜ୍ୟ ମାମଲାରେ କାଶ୍ମୀରର କନେକ୍ସନ ନେଇ ଏଜେନ୍ସି ପକ୍ଷରୁ ଖୋଲତାଡ ଜାରି ରହିଛି । ବିଭିନ୍ନ ସ୍ଥାନରେ ଚଢାଉ କରି ଏଜେନ୍ସି ଏହାର ଯାଞ୍ଚ କରୁଛି ।

ଏହି ଚଢାଉ ସମୟରେ ମହମ୍ମଦ ଇକବାଲ ଲୋନ ଏବଂ ଖୁରସିଦ ଅହମ୍ମଦ ଲୋନଙ୍କ ଆବାସିକ ପରିସରରେ ଖୋଜାଖୋଜି କରାଯାଇଥିଲା, ଉଭୟ କାଶ୍ମୀରର Parimpora ବାସିନ୍ଦା ବୋଲି ଅଧିକାରୀ କହିଛନ୍ତି।

ବେଆଇନ LoC ଟ୍ରେଡ ମାମଲାରେ କନେକ୍ସନ ନେଇ ଏଜେନ୍ସି ଅନେକ ବ୍ୟବସାୟୀଙ୍କ ଘରେ ଖୋଜାଖୋଜି କରିବାର ଦୁଇ ଦିନ ପରେ ଏନଆଇଏ ଏହି ଚଢାଉ କରିଥିବା ଜଣାପଡିଛି ।

ଏହି ବ୍ୟବସାୟୀଙ୍କ ମଧ୍ୟରେ ବାରାମୁଲାର ବାସିନ୍ଦା ତଥା ବର୍ତ୍ତମାନ ଜାମ୍ମୁର କାଠୁଆ ଜେଲରେ ନିଶା କାରବାର ମାମଲାରେ ରହୁଥିବା ପିର ଆର୍ସିଦ ଇକବାଲ (ଛଦ୍ମନାମ ଅଶୁ) । ତାରିକ ଅହମ୍ମଦ ଶେଖ, ଯେ କି ବାରାମୁଲାର ବାସିନ୍ଦା ତଥା ଶେଖ ବ୍ରଦର୍ସ ଏବଂ ହମିଦ ବ୍ରଦର୍ସଙ୍କ ମାଲିକ ତଥା ବର୍ତ୍ତମାନ ଏକ ନିଶା କାରବାର ମାମଲାରେ ବାରାମୁଲ୍ଲା ଜେଲରେ ରହିଛି । ଏନଆଇଏ ମଧ୍ୟ Hurriyat ନେତା ତଥା ବାରାମୁଲାର ବାସିନ୍ଦା ବଶିର ଅହମ୍ମଦ ସୋଫିଙ୍କ ଘର ଉପରେ ଚଢାଉ କରିଛି । ଅବଦୁଲ ହମିଦ ଲୋନ ସୋପୋରର ବାସିନ୍ଦା ଏବଂ ଆଶା ବ୍ୟବସାୟୀଙ୍କ ମାଲିକ ।

NIA ଅନୁସାରେ ଚଢାଉ ସମୟରେ ବହୁ ଅନେକ ଅପରାଧୀ ଡକ୍ୟୁମେଣ୍ଟ, ରେକର୍ଡ, ଡିଜିଟାଲ ଡିଭାଇସ ଜବତ ହୋଇଛି । ଯାହାକି ଏଲଓସି ଟ୍ରେଡ ସହ ଜଡିତ ।

ABOUT THE AUTHOR

...view details